ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ପୁର୍ବତନ ଜିଲା ପରିଷଦ ସଦସ୍ୟ ତଥା ବିଜେଡି ନେତା ପାରଦା କୁଲେସିକା ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଏନେଇ ସେ ଲକ୍ଷ୍ମୀପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ସେ ଅଗଷ୍ଟ ପନ୍ଦର ଦିନ ତାଙ୍କ ନିଜ ଗାଁ କୁ ଯାଇ ରାତି ପ୍ରାୟ ୧୨ଟାରେ ଲକ୍ଷ୍ମୀପୁର ଠାରେ ଥିବା ଘରକୁ ଫେରୁଥିଲେ।
ଏହି ସମୟରେ ଘର ଠାରୁ କିଛି ଦୂରରେ ଦୁଇଜଣ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ରଡ୍ ରେ ତାଙ୍କ ମୁଣ୍ଡ ଗୋଡ଼ କୁ ପିଟିଥିଲେ ବୋଲି ସେ କହିଛନ୍ତି । ଯାହା ଫଳରେ ସେ ଗୁରୁତର ହେବା ସହିତ ଅଳ୍ପକେ ବଞ୍ଚି ଯାଇଛନ୍ତି ବୋଲି କହିଛନ୍ତି। ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲା। ଶ୍ରୀ କୁଲେସିକା ଏନେଇ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ସେ କାହା ନାଁ ଉଲ୍ଲେଖ କରିନାହାନ୍ତି। ତେବେ କେଉଁଥିପାଇଁ କିଏ ତାଙ୍କୁ ଆକ୍ରମଣ କଲା ଜଣା ପଡିନଥିଲେ ମଧ୍ୟ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି। ଆକ୍ରମଣ କାରୀଙ୍କୁ ଚିହ୍ନଟ ହୋଇ ପାରିନାହାନ୍ତି। ସେହିପରି ଆକ୍ରମଣର କାରଣର ମଧ୍ୟ ଜଣାପଡିନାହିଁ।



