www.samajalive.in
Sunday, December 14, 2025
14.1 C
Bhubaneswar

୨୮ ତାରିଖକୁ ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡିଶାର ସର୍ବ ବୃହତ ଗଣପର୍ବ ‘ନୁଆଁଖାଇ’ ଆସନ୍ତା ଅଗଷ୍ଟ ୨୮ ତାରିଖ ଗୁରୁବାର ଦିନ ସର୍ବତ୍ର ପାଳନ ହେବ। ଚଳିତ ବର୍ଷର ‘ନୂଆଁଖାଇ ବା ନବାନ୍ନ’ ପାଳନ କରିବା ପାଇଁ ଶନିବାର ପବିତ୍ର ନନ୍ଦୋତ୍ସବ ତିଥିରେ ଅପରାହ୍ନ ୪ଟା ୩୦ରେ ସମ୍ବଲପୁରର ଝାଡୁଆପଡାସ୍ଥିତ ବ୍ରହ୍ମପୁରା ମନ୍ଦିରଠାରେ ପଣ୍ଡିତ ଓ ବିଦ୍ୱାନମାନେ ଶୁଭ ଲଗ୍ନ ନିର୍ଦ୍ଧାରଣ କରିଛନ୍ତି। ପରମ୍ପରା ଅନୁଯାୟୀ, ଜନ୍ମାଷ୍ଟମୀର ପରଦିନ ନନ୍ଦୋତ୍ସବରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ଏହା ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ, ପଣ୍ଡିତ ଓ ଟ୍ରଷ୍ଟ ସଦସ୍ୟମାନେ ମାଁ ସମଲେଶ୍ୱରୀଙ୍କ ନିକଟରେ ଅର୍ପଣ କରିଛନ୍ତି।

ଚଳିତ ବର୍ଷର ଲଗ୍ନପତ୍ର ଅନୁଯାୟୀ, ପ୍ରଥମ ଉତ୍ପାଦିତ ଶସ୍ୟରୁ ନିର୍ମିତ ପିଠା ଓ ଖିରି ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ‘ବୀର ବିକ୍ରମ ସମ୍ବତ ୨୦୮୨, ଶକାବ୍ଦଃ ୧୯୪୭, ସନ ୧୪୩୨, ଦିବସିଂହ ଦେବ ୬୮ ଅଙ୍କ, ଇଂରାଜୀ ତାରିଖ ୨୮ ଅଗଷ୍ଟ ୨୦୨୫ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଗୁରୁବାର ଦିବା ଘ.୧୦ଟା ୩୩ ମିନିଟରୁ ଘ.୧୦ଟା ୫୫ ମିନିଟ ମଧ୍ୟରେ ତୁଳା ଲଗ୍ନେ, ମୀନ ନବାଂଶେ’ ନବାହ୍ନ ଭୋଗ ଲାଗି ହେବ। ଏହା ପରେ ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ। ଟ୍ରଷ୍ଟ କମିଟି ତରଫରୁ ଆୟୋଜିତ ଏହି ଧାର୍ମିକ ବୈଠକରେ ପଣ୍ଡିତ ମହେଶ୍ୱର ନାୟକ, ଲକ୍ଷ୍ମଣ ବେହେରା, ସୁଧାଂଶୁ ଶେଖର ପାଣିଗ୍ରାହୀ, ଅକ୍ଷୟ ପୁରୋହିତ, ବଂଶୀଧର ଶତପଥୀ, ଗିରିଜାର ଶଙ୍କର ପଣ୍ଡା, ଝସକେତନ ହୋତା, ରବି ନାରାୟଣ ପଣ୍ଡା, ସଚ୍ଚିଦାନନ୍ଦ ମିଶ୍ର, ପ୍ରଭାକର ତ୍ରିପାଠୀ, ଦାଶରଥି ପୁରୋହିତ, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ରାକେଶ ମିଶ୍ର, ଚନ୍ଦ୍ର ପାଣିଗ୍ରାହୀ, ବୁଲୁ ପାଢ଼ୀ, ବିନୀତ ପାଣ୍ଡେ, ମନବୋଧ ପାଢ଼ୀ, ଉତ୍ତମ ରଥ ଓ ଜିତେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

Related Articles

Popular Categories