www.samajalive.in
Thursday, December 11, 2025
16.1 C
Bhubaneswar

ଭାରତ ଆଉ ରୁଷଠାରୁ ତେଲ କିଣୁନାହିଁ- ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଦାବି 

ଆଲାସ୍କା: ରୁଷଠାରୁ  ଭାରତ ତେଲ କିଣିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ରୁଷ ଏକ ବଡ ତୈଳ ଗ୍ରାହକ ହରାଇଛି । ଯିଏ ପ୍ରାୟ ୪୦ପ୍ରତିଶତ ତେଲ କିଣୁଥିଲା । ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁଟିନଙ୍କୁ ଭେଟିବା ଅବସରେ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ରୁଷଠାରୁ ଭାରତ ଆଉ ତୈଳ କିଣୁନାହିଁ । ହେଲେ ଭାରତ ପକ୍ଷରୁ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିସାରିଛି ଯେ ଭାରତ ରୁଷଠାରୁ ତେଲ କିଣୁଛି । ସୂଚନା ଅନୁସାରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‍ ପୁଟିନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସାକ୍ଷାତ ହୋଇଥିଲା । ଉଭୟ ଦେଶର ନେତାଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି ।
ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କୁ ଭେଟିବା ପାଇଁ ଆଲାସ୍କା ଯାଉଥିବା ବେଳେ ଏକ ସାକ୍ଷାତକାର ଦେଇଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ବ୍ୟତୀତ ଆର୍ଥିକ ପ୍ରସଙ୍ଗରେ ସାମ୍ବାଦିକ ଜଣଙ୍କ କିଛି ପ୍ରଶ୍ନ ପଚାରିଥିଲେ । ସେତେବେଳେ ଟ୍ରମ୍ପ ତେଲ କ୍ରୟ ଉପରେ ଉତ୍ତର ରଖି ଟ୍ରମ୍ପ କହିଛନ୍ତି ଯେ ରୁଷ ଏକ ବଡ ତେଲ ଗ୍ରାହକ ହରାଇଛି, ଭାରତକୁ ହରାଇଛି ରୁଷ । ଏହାସହିତ ଦ୍ୱିତୀୟ ଶୁଳ୍କ ଲାଗୁ ନେଇ ଟ୍ରମ୍ପ କହିଛନ୍ତି ‘ମୁଁ ଦ୍ୱିତୀୟ ଶୁଳ୍କ ଲାଗୁ କରେ, ତେବେ ଏହା ବିପର୍ଯ୍ୟଜନକ ହେବ । ଯଦି ମୋତେ ଏହା କରିବାକୁ ପଡେ, ତେବେ ମୁଁ କରିବ । ହେଲେ ଏହା କରିବାକୁ କୌଣସି ଆବଶ୍ୟତକା ନାହିଁ ବୋଲି କହିଛନ୍ତି ଟ୍ରମ୍ପ ।
ଏକ ରିପୋର୍ଟ ଅନୁସାରେ ଭାରତ ରୁଷଠାରୁ ଜୁଲାଇ ମାସରେ ପ୍ରତିଦିନ ୧୬ଲକ୍ଷ ବ୍ୟାରେଲ ତେଲ କିଣିଥିଲା, ଅଗଷ୍ଟରେ ଏହା ପ୍ରତିଦିନ ହାରାହାରି ୨୦ଲକ୍ଷ ବ୍ୟାରେଲକୁ ବୃଦ୍ଧି ପାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories