କାମାକ୍ଷାନଗର: କାମାକ୍ଷାନଗର ସହର ସଂନିକଟ କାନପୁରା ସ୍ଥିତ ଥିବା ଏକ ଘରୋଇ କମ୍ପାନୀ ପକ୍ଷରୁ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି। କମ୍ପାନୀ ପକ୍ଷରୁ ସନ୍ନିକଟ ଜିଲ୍ଲାରୁ କ୍ରୋମାଇଟ ଆଣି କାନପୁରା ଠାରେ ଅବସ୍ଥାପିତ ପ୍ଲାଣ୍ଟରେ ପ୍ରୋସେସିଂ କରିଥାଏ। ହେଲେ ଏଠାରୁ ପ୍ରାୟ ସମୟରେ ସ୍କାରଫ୍ଟ ଟିପର ସାହାଯ୍ୟରେ ଖୋଲାରେ ସନିକଟ ପ୍ଲାଣ୍ଟ ଗୁଡିକୁ ବେଧଡକ ଚାଲାଣ ହେଉଛି। ଏଠାରେ କାର୍ଯ୍ୟରତ ଶ୍ରମିକ ସବୁ ଠିକାଦାର ଦ୍ୱାରା ନିୟୋଜିତ ହୋଇଥିବା ବେଳେ ଶ୍ରମିକମାନେ ବାହାରୁ ଆସିଥାନ୍ତି। କାନପୁରା କିମ୍ବା ସନ୍ନିକଟ ଗ୍ରାମାଞ୍ଚଳର ଶ୍ରମିକ କାର୍ଯ୍ୟ ପାଇବାରୁ ବଞ୍ଚିତ ରହିଥାନ୍ତି । ଶ୍ରମିକମାନଙ୍କୁ ଦିଆଯାଉଥିବା ମଜୁରୀରୁ ଠିକାଦାର ସଠିକ ଭାବେ ଦେଉ ନଥିବା ବେଳେ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କମ୍ପାନୀ ପକ୍ଷରୁ ରାତି ସମୟରେ କୋଇଲା ସାହାଯ୍ୟରେ କ୍ରୋମାଇଟ ତରଳାଉଥିବାରୁ ରାତି ପାହିଲା ବେଳେକୁ କାନପୁରା ଗ୍ରାମରେ ଥିବା ପୋଖରୀରେ ଏକ ଆବରଣ ସୃଷ୍ଟି ହେଉଛି । ପୁଣି କମ୍ପାନୀ ନିକଟରେ ସଂରକ୍ଷିତ ଜଙ୍ଗଲ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବାର ଅଭିଯୋଗ ହେଉଛି।
୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ଶନି; ଏହି ୩ ରାଶିଙ୍କୁ ଖାଲି ମିଳିବ ଧନ, ସଫଳତା..



