TRUMP: “RUSSIA’S OIL CLIENT INDIA”. MAY BE I WON’T HAVE TO (IMPOSE SECONDARY TARIFFS)
Trump: “They lost oil client India which was doing about 40% of the oil and China’s doing a lot…if I did a secondary tariff it would be devastating…if I have to I will…may be I won’t have… pic.twitter.com/wgQNvkJxGy
— Rahul Shivshankar (@RShivshankar) August 16, 2025
ଭାରତ ଆଉ ରୁଷଠାରୁ ତେଲ କିଣୁନାହିଁ- ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଦାବି
ଆଲାସ୍କା: ରୁଷଠାରୁ ଭାରତ ତେଲ କିଣିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ ରୁଷ ଏକ ବଡ ତୈଳ ଗ୍ରାହକ ହରାଇଛି । ଯିଏ ପ୍ରାୟ ୪୦ପ୍ରତିଶତ ତେଲ କିଣୁଥିଲା । ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ଭେଟିବା ଅବସରେ ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ରୁଷଠାରୁ ଭାରତ ଆଉ ତୈଳ କିଣୁନାହିଁ । ହେଲେ ଭାରତ ପକ୍ଷରୁ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିସାରିଛି ଯେ ଭାରତ ରୁଷଠାରୁ ତେଲ କିଣୁଛି । ସୂଚନା ଅନୁସାରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସାକ୍ଷାତ ହୋଇଥିଲା । ଉଭୟ ଦେଶର ନେତାଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଛି ।
ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କୁ ଭେଟିବା ପାଇଁ ଆଲାସ୍କା ଯାଉଥିବା ବେଳେ ଏକ ସାକ୍ଷାତକାର ଦେଇଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ବ୍ୟତୀତ ଆର୍ଥିକ ପ୍ରସଙ୍ଗରେ ସାମ୍ବାଦିକ ଜଣଙ୍କ କିଛି ପ୍ରଶ୍ନ ପଚାରିଥିଲେ । ସେତେବେଳେ ଟ୍ରମ୍ପ ତେଲ କ୍ରୟ ଉପରେ ଉତ୍ତର ରଖି ଟ୍ରମ୍ପ କହିଛନ୍ତି ଯେ ରୁଷ ଏକ ବଡ ତେଲ ଗ୍ରାହକ ହରାଇଛି, ଭାରତକୁ ହରାଇଛି ରୁଷ । ଏହାସହିତ ଦ୍ୱିତୀୟ ଶୁଳ୍କ ଲାଗୁ ନେଇ ଟ୍ରମ୍ପ କହିଛନ୍ତି ‘ମୁଁ ଦ୍ୱିତୀୟ ଶୁଳ୍କ ଲାଗୁ କରେ, ତେବେ ଏହା ବିପର୍ଯ୍ୟଜନକ ହେବ । ଯଦି ମୋତେ ଏହା କରିବାକୁ ପଡେ, ତେବେ ମୁଁ କରିବ । ହେଲେ ଏହା କରିବାକୁ କୌଣସି ଆବଶ୍ୟତକା ନାହିଁ ବୋଲି କହିଛନ୍ତି ଟ୍ରମ୍ପ ।
ଏକ ରିପୋର୍ଟ ଅନୁସାରେ ଭାରତ ରୁଷଠାରୁ ଜୁଲାଇ ମାସରେ ପ୍ରତିଦିନ ୧୬ଲକ୍ଷ ବ୍ୟାରେଲ ତେଲ କିଣିଥିଲା, ଅଗଷ୍ଟରେ ଏହା ପ୍ରତିଦିନ ହାରାହାରି ୨୦ଲକ୍ଷ ବ୍ୟାରେଲକୁ ବୃଦ୍ଧି ପାଇଛି ।
Popular Categories



