www.samajalive.in
Tuesday, December 9, 2025
16.1 C
Bhubaneswar

୭୪ବର୍ଷ ବୟସରେ ‘କୁଲି’ ସୁପରଷ୍ଟାରଙ୍କୁ ଟକ୍କର ଦେବା ଅସମ୍ଭବ, ବକ୍ସ ଅଫିସରେ ଧମାଲ କରୁଛି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି ସିନେମାଟି ଭାରତରେ ଦୁଇ ଦିନରେ ୧୧୮.୫୦କୋଟି ଇନକମ କରିସାରିଲାଣି । ଏହାସହିତ ସାଉଥ୍‍ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ବର୍ଷ ପୂରଣ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଯାତ୍ରା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରକୃତରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କରୀ କୌଣସି ଉତ୍ତର ନାହିଁ । ୭୪ବର୍ଷ ବୟସରେ ଦମଦାର ଅଭିନୟ କରି ସବୁ ରେକର୍ଡ ଭାଙ୍ଗିବା ସହିତ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଏହି ବୟସରେ ମଧ୍ୟ ତାଙ୍କୁ ପରଦାରେ ଆକ୍ସନ ସିନ୍‍ କରୁଥିବାର ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି । ଭାରତୀୟ ସିନେମା ଇତିହାସରେ ଏପରି କୌଣସି ଅଭିନେତା ନାହାଁନ୍ତି ଯିଏ ଏହି ବୟସରେ ରେକର୍ଡ ଭାଙ୍ଗିବା ସହିତ ଓପନିଂ କରିଛନ୍ତି । ରଜନୀକାନ୍ତଙ୍କ ସିନେମାର ଆୟ ତୁଳନାରେ କେହି ତାଙ୍କ ସହିତ ପ୍ରତିଯୋଗିତା କରିବା ଏକ ଚ୍ୟାଲେଞ୍ଜ ନିଶ୍ଚୟ । ରଜନୀକାନ୍ତଙ୍କ ଆଗରେ ହ୍ରିତିକ୍‍ ରୋଶନଙ୍କ ‘ୱାର-୨’ ପଛରେ ପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories