ଚାନ୍ଦବାଲି : ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ପ୍ରଶାସନ ପକ୍ଷରୁ ଗୁରୁବାର ୧୦ ଟା ବେଳେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏନଏସି ଅଧକ୍ଷା ଶାନ୍ତିଲତା ସେଠୀ ଓ କାର୍ଯ୍ୟନିଭାଇ ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ସହ ସହ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଚାନ୍ଦବାଲି ବଣିକ ସଙ୍ଘର କାର୍ଯ୍ୟକର୍ତ୍ତା, ସମସ୍ତ ପାରିଷଦ ଓ ଏନଏସି କର୍ମଚାରୀମାନେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ହାତରେ ତିନି ଶହ ଫୁଟର ତ୍ରିରଙ୍ଗା ଧରି ସ୍ଥାନୀୟ ଶିବଦୁର୍ଗା ହାଇସ୍କୁଲ ନିକଟରୁ ବାହାରି ଚାନ୍ଦବାଲି ବଜାର ପରିକ୍ରମା କରି ଏନଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। କର୍ମଚାରୀ ପ୍ରଭାତ କୁମାର ସାହୁ, ସମ୍ବିତ କୁମାର ନାୟକ, ଆଶୁତୋଷ ନାୟକ, ଶାନ୍ତନୁ ସାହୁ, ଲଷ୍ମୀଧର ସାହୁ, ଗୀତାଞ୍ଜଳି ସେଠୀ, ପାରିଷଦ ଚନ୍ଦନ ରାଉତ, ଶୀତ ମୋହାଳିକ, ବଣିକ ସଙ୍ଘ ସମ୍ପାଦକ ସୁଶାନ୍ତ ବିଶ୍ୱାଳ, ରକ୍ତିକାନ୍ତ ସାହୁ, ଜଗନ୍ନାଥ ରାଉତ, ନୀଳମଣି ପଣ୍ଡା, ବିଶ୍ଵମୋହନ ଜେନା, ବିଜୟ କୁମାର ବେହେରା, ସୌମ୍ୟ ମହାନ୍ତି, ଅମିତ ବିଶ୍ୱାଳ, ପୁଷ୍ପକ ସାହୁ, ନାରୀ ନେତ୍ରୀ ସସ୍ମିତା ଦାସ, ଅଞ୍ଜନା ମହଲା, ରଶ୍ମିତା ସାହୁ, ସମ୍ମିମା ପରବିନ ପ୍ରମୁଖ ଯୋଗ ଦେଇଥିଲେ ।
Popular Categories



