www.samajalive.in
Thursday, December 11, 2025
15.1 C
Bhubaneswar

ଚାଷୀ ଆତ୍ମହତ୍ୟା ନେଇ ରାସ୍ତାରୋକ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ଼ ପଞ୍ଚାୟତ କଣ୍ଡରା ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା ଘଟଣା ନେଇ ଆଜି ଭବାନୀପାଟଣା ଖରିଆର ରାଜ୍ୟ ରାଜପଥରେ କଣ୍ଡରା ଗ୍ରାମ ନିକଟରେ ପରିବାର ତଥା ଗ୍ରାମବାସୀ ମୃତକଙ୍କ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ସୂଚନା ଯେ ଗତକାଲି ଗ୍ରାମର ପରମେଶ୍ୱର ଭୋଇଙ୍କ ପୁଅ ଦୁର୍ଗାଚରଣ ଭୋଇ ଫସଲରେ ଦିଆଯାଉଥିବା କୀଟ ନାଶକ ପିଇ ଦେଇଥିଲେ। ତାଙ୍କୁ ସିନ୍ଧେକେଲା, ଟିଟିଲାଗଡ଼, ଭବାନୀପାଟଣା ଆଦି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ଶେଷରେ ଗତକାଲି ସନ୍ଧ୍ୟାରେ ଭବାନୀପାଟଣା ସରକାରୀ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ଅପରାହ୍ନ ପ୍ରାୟ ୨ଟାରେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିଥିବା ବେଳେ ଆକ୍ରୋଶ ପ୍ରକାଶ ପାଇ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଖବର ପାଇ ବଲାଙ୍ଗୀର ଜିଲା ବିଜେଡି ସଭାପତି ସରୋଜ ମେହେର, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ରାସ୍ତାରୋକ ସ୍ଥଳରେ ପହଞ୍ଚିଛନ୍ତି। ଏନେଇ ମଧ୍ୟ ଟିଟିଲାଗଡ଼ ତହସିଲଦାର ଶୁଭଶିଷ ଶତପଥି, ଜିଲା କୃଷି ଅଧିକାରୀ ଧବଳେଶ୍ୱର ପ୍ରଧାନ ଚାଷୀଙ୍କ କ୍ଷତିଗ୍ରସ୍ତ ଫସଲ ଦେଖିଛନ୍ତି। ରିପୋର୍ଟ ଲେଖିବା ସୁଦ୍ଧା ରାସ୍ତାରୋକ ଜାରି ରହିଥିବା ନେଇ ରାୟପୁରରୁ ଭବାନୀପାଟଣା, ପଡୋଶୀ ରାଜ୍ୟ ବିଶାଖାପାଟଣାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଶହ ଶହ ଯାନବାହାନ ଅଟକି ରହିଛି।

ଦେଖନ୍ତୁ ଭିଡିଓ; ଖାଦ୍ୟରୁ ବାହାରିଲା ମଲା ସାପ, ତା’ପରେ ଯାହା ହେଲା..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories