ଶ୍ରୀନଗର : ସାରା ଦେଶରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଅନେକ ମୂଲ୍ୟବାନ୍ ଜୀବନ ଓ ସମ୍ପତ୍ତି କ୍ଷୟ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ ହିମାଚଳର ଶିମଲାରେ ବାଦଲ ଫଟା ବର୍ଷା ପରେ ଏବେ ଜମ୍ମୁ-କାଶ୍ମୀରର କିସ୍ତୱାର୍ରେ ବାଦଲ ଫଟା ବର୍ଷା କାରଣରୁ ବଡ ଅଘଟଣ ଘଟିଥିବା ଜଣାପଡିଛି । ଏଠାରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ସନ୍ଦେହ କରାଯାଉଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି । ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ବାଦଲ ଫାଟିବା ପରେ ପାଣିର ପ୍ରବଳ ସ୍ରୋତ ଆସି ସବୁକିଛି ଭସାଇ ନେଇଛି। କିସ୍ତୱାର ଚାସୋତି ଓ ପଦର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି ।
ହଠାତ୍ ବାଦଲ ଫାଟିବା ଯୋଗୁଁ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପରିସ୍ଥିତି ସମ୍ପର୍କରେ ଡିସିଙ୍କ ସହ କଥା ହୋଇଛନ୍ତି। ବାଦଲ ଫାଟିବା ସ୍ଥାନରେ ଏକ ଲଙ୍ଗର ଚାଲୁଥିଲା। ଯାହା ଯୋଗୁଁ ସେଠାରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ। ବନ୍ୟା ଭଳି ପରିସ୍ଥିତି ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି। ଭୂସ୍ଖଳନରେ ପୋତି ହୋଇ ମୃତ୍ୟୁ ହୋଇଛି ନା ପାଣିରେ ଭାସିଯିବା ଯୋଗୁଁ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। କେନ୍ଦ୍ର ମନ୍ତ୍ରୀ ସ୍ଥାନୀୟ ଡିସିଙ୍କଠାରୁ ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନେଉଛନ୍ତି।
ଏଥର ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ଉପରେ ହେବ ଧନବର୍ଷା, ମିଳିବ ଖାଲି ସଫଳତା..



