www.samajalive.in
Saturday, December 6, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ; ଖାଦ୍ୟରୁ ବାହାରିଲା ମଲା ସାପ, ତା’ପରେ ଯାହା ହେଲା..

ନୂଆଦିଲ୍ଲୀ : ଅନେକ ସମୟରେ ଖାଦ୍ୟ ଜିନିଷରେ ମଲା ଅସରପା, ପୋକ ଆଦି ବାହାରିବାର ଭିଡିଓ ବେଶ ଭାଇରାଲ୍‌ ହୋଇଥାଏ । ଯାହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ତେଲଙ୍ଗାନାରୁ ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ଭିଡିଓ ଦେଖିବା ପରେ ଲୋକେ କ୍ରୋଧ ପ୍ରକାଶ କରିବା ସହ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଛନ୍ତି । ଏଠାରେ ଜଣେ ମହିଳା ଦାବି କରିଛନ୍ତି ଯେ, ସେ ସ୍ଥାନୀୟ ବେକ୍‌ରୀରୁ କିଛି ଖାଦ୍ୟ ଅର୍ଡର କରିଥିଲେ । ଘରେ ତାହାକୁ ଖାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ସେଥିରେ ଏକ ମଲା ସାପ ଥିବା ଦେଖିଥିଲେ । ଏହି ଘଟଣା କେବଳ ମହିଳାଙ୍କୁ ନୁହେଁ ବରଂ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।


ଜୌଖିନଗରରେ ରହୁଥିବା ଏହି ମହିଳା ଜଣକ ଘରକୁ ଫେରିବା ବାଟରେ ହିଁ ବେକ୍‌ରୀରୁ କିଛି ଖାଦ୍ୟ ଜିନିଷ ନେଇ ଆସିଥିଲେ । ମାତ୍ର ଘରେ ଏଭଳି ଦୃଶ୍ୟ ଦେଖି ସେ ସ୍ତବ୍ଧ ହୋଇ ଯାଇଥିଲେ ।
ମହିଳା ଜଣକ ତୁରନ୍ତ ପୁଲିସ ନିକଟକୁ ଯାଇ ମାମଲା ରୁଜୁ କରିଥିଲେ । ଏହାପରେ ପୁଲିସ ଉକ୍ତ ବେକ୍‌ରୀରେ ପହଞ୍ଚି ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରି ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜାଣିବା ପାଇଁ ସ୍ଥାନୀୟ ଖାଦ୍ୟ ନିରୀକ୍ଷକକୁ ଜଣାଇଛି । ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କ।ର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଭିଡିଓଟି ପୁଣି ଥରେ ଖାଦ୍ୟ ସହ ଜଡିତ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଥର ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ଉପରେ ହେବ ଧନବର୍ଷା, ମିଳିବ ଖାଲି ସଫଳତା..

- Advertisement -

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories