www.samajalive.in
Sunday, December 14, 2025
26.1 C
Bhubaneswar

ଗୁରୁ ମମତା ଓଝାଙ୍କୁ ‘ଅଙ୍ଗିକା ଗୁରୁଶ୍ରୀ ସମ୍ମାନ’

ଭୁବନେଶ୍ବର:କଟକର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ଆଙ୍ଗିକ’ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡଠଠାରେ “ଗୁରୁପୂଜନ ଉତ୍ସବ – ୨୦୨୫” ଅତି ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଅଛି । ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ମମତା ଓଝାଙ୍କୁ ‘ଅଙ୍ଗିକା ଗୁରୁଶ୍ରୀ ସମ୍ମାନ’ ରେ ସମ୍ମାନିତ କରାଯାଇଛି । ଅଙ୍ଗିକା ନୃତ୍ୟ ଏକାଡେମୀ ପକ୍ଷରୁ ଆଜି ଭୁବନେଶ୍ବରସ୍ଥ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବ ଅବସରରେ ଓଡ଼ିଶୀ ନୃତ୍ୟର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀମତୀ ଓଝାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି ।

ଚଳିତ ବର୍ଷ ସୁନାମଧନ୍ୟ ନୃତ୍ୟଗୁରୁ ଶ୍ରୀ ନିରଞ୍ଜନ ରାଉତଙ୍କୁ ପାରମ୍ପାରିକ ପୂଜନ ସହିତ ‘ଅଙ୍ଗିକ ଗୁରୁଶ୍ରେଷ୍ଠ ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହା ସହିତ କଥକ ନୃତ୍ୟଗୁରୁ ଶ୍ରୀ ଅସୀମବନ୍ଧୁ ଭଟ୍ଟଚାର୍ଯ୍ୟ, ସୀତାର ବାଦକ ଗୁରୁ ଶ୍ରୀ ସ୍ଵପ୍ତେଶ୍ଵର ଚକ୍ରବର୍ତ୍ତୀଙ୍କୁ ଅଙ୍ଗିକ ଗୁରୁଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା

- Advertisement -

ସମ୍ମାନନୀୟ ଅତିଥି ଭାବେ ବିଖ୍ୟାତ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ଡ଼. ଅରୁଣା ମହାନ୍ତି, ଗୁରୁ ଡ଼. ସ୍ନେହପ୍ରଭା ସାମନ୍ତରାୟ, ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ଼. ଚନ୍ଦ୍ରଶେଖର ହୋତା, ଓ ଶ୍ରୀମତୀ ଶୁଭଶ୍ରୀ ମୁଖାର୍ଜୀ, ମୁଖ୍ୟ ନିର୍ଦ୍ଦେଶିକା (ପ୍ରୋଜେକ୍ଟ ଛାଉଣୀ) ଉତ୍ସବରେ ଯୋଗ ଦେଇ ଗୁରୁଶ୍ରେଷ୍ଠ ଓ ଗୁରୁଶ୍ରୀ ସମ୍ମାନ ପ୍ରଦାନ କରିବା ସହିତ ଗୁରୁ-ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଅଙ୍ଗିକର ସଭାପତି ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀ ରବିନାରାୟଣ ରଥ ଅତିଥିଙ୍କ ପରିଚୟ ପ୍ରଦାନ, ଅନୁଷ୍ଠାନର ସମ୍ପାଦିକା ଗୁରୁ ଶ୍ରୀମତୀ ଶ୍ରାବଣୀ ମିତ୍ର ବିବରଣୀ ପାଠ ଓ ଉପଦେଷ୍ଟା ଡ଼. କଲିମୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ ।

କଥକ ଗୁରୁ ଅସୀମବନ୍ଧୁ ଭଟ୍ଟଚାର୍ଯ୍ୟ ଓ ସାଥିଙ୍କ ଦ୍ବାରା ଚିତାକର୍ଷକ କଥକ ନୃତ୍ୟ ପରିବେଷଣ କରାଯାଇଥିଲା । ଗୁରୁ ଶ୍ରୀମତୀ ଶ୍ରାବଣୀ ମିତ୍ରଙ୍କ ନୃତ୍ୟ ନିର୍ଦ୍ଦେଶନାରେ କବିଗୁରୁ ରବୀନ୍ଦ୍ରନାଥଙ୍କ ବିଖ୍ୟାତ ନୃତ୍ୟନାଟିକା ‘ଚଣ୍ଡାଳିକା’ର ପ୍ରଥମ ଓଡ଼ିଆ ଅନୁବାଦ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ଚଣ୍ଡାଳିକା ଭୂମିକାରେ ନିଖୁଣ ଅଭିନୟ କରି ନୃତ୍ୟଶିଳ୍ପୀ ମଲ୍ଲିକା ମିତ୍ର ଖୁବ୍ ପ୍ରଶଂସିତ ହୋଇଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ଦେଶ ବିଦେଶରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟର ପ୍ରସାର ପାଇଁ ‘ନାଲକୋ’, ‘ପାରାଦ୍ଵୀପ ପୋର୍ଟ’ ପରି ରାଷ୍ଟ୍ରାୟତ ସଂସ୍ଥା ଦ୍ୱାରା ଗୁରୁ ମମତା ଓଝା ସମ୍ମାନିତ ହୋଇଛନ୍ତି । ପ୍ରାୟ ୯ଟି ଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଶ୍ରୀମତୀ ମମତା ଓଝା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଏ ପରି ସମ୍ମାନ ତାଙ୍କର ଗୁରୁ ଦାୟିତ୍ଵ ବଢାଇବା ସହ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟତା ସଂପର୍କରେ ତାଙ୍କର ଗବେଷଣାକୁ ପ୍ରେରଣା ପ୍ରଦାନ କରିଛି ବୋଲି ଶ୍ରୀମତୀ ଓଝା ନିଜ ପ୍ରତିକ୍ରିୟାରେ କହିଛନ୍ତି । “ଅଙ୍ଗିକା ଗୁରୁଶ୍ରୀ ସମ୍ମାନ” ଲାଭ ପରେ ଶ୍ରୀମତୀ ଓଝା ଏହାକୁ ନିଜର ଶାସ୍ତ୍ରୀୟ ଗୁରୁ, କଳାପ୍ରେମୀ ଦର୍ଶକ ଓ ଗବେଷଣାରେ ସହଯୋଗୀ ସାଥି ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories