ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ପିଏମ୍ ଫସଲ ବୀମା ପଞ୍ଜିକରଣ ଅବଧି।ଏନେଇ ସୂଚନା ଦେଲେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ। ଏହାସହ ଯୋଗାଣର ସ୍ଥିତି ଏବଂ କଳାବଜାରୀ ହ୍ରାସ ଉପରେ ଗୁରୁତ୍ୱ ଦିଆ ଯାଇଛି ।ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିଥିବା ସୂଚନା ମିଳିଛି। ରେଜିଷ୍ଟସନର କଟ-ଅଫ ତାରିଖକୁ ବୃଦ୍ଧି କଲେ ସରକାର। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ପଞ୍ଜିକରଣ ଅବଧି। ଋଣୀ ଓ ଅଣଋଣୀ କୃଷକଙ୍କ ପାଇଁ ବୀମା ପଞ୍ଜିକରଣ ଅବଧି ମଧ୍ୟ ବଢିଛି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଞ୍ଜିକରଣ ଅବଧିକୁ ରାଜ୍ୟ ସରକାର ବଢ଼ାଇଛନ୍ତି। ଅଦ୍ୟବଧି ୧୧ ଲକ୍ଷ ୫୦ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି।
Popular Categories



