www.samajalive.in
Friday, December 12, 2025
14.1 C
Bhubaneswar

ବିଡ଼ିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ବିଡ଼ିଓଙ୍କୁ ସ୍ୱାଗତ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଗୋଷ୍ଠୀ ଊନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କ ବଲାଙ୍ଗୀର ଜିଲ୍ଲା  ଗୁଡ଼ଭେଲା ବ୍ଲକକୁ ବଦଳି ହୋଇଛି। ଏହି ଅବସରରେ ସ୍ଥାନୀୟ ବାସନ୍ତୀ କଲ୍ୟାଣ  ମଣ୍ଡପରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ବୁଧବାର ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ  ବେହେରା ଯୋଗଦେଇଥିଲେ। ପଞ୍ଚାୟତ ସମିତି ପକ୍ଷରୁ ଉଭୟଙ୍କ ମଧ୍ୟରୁ ବିଦାୟୀ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କୁ ଉତ୍ତରୀୟ ସହିତ ସ୍ୱାଗତ  ସମ୍ବର୍ଦ୍ଧନା ଦିଆଯାଇଥିଲା।  ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହେରାଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା।  ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ବାଇ କୁଲେସିକାଙ୍କ ସମେତ ଉପାଧ୍ୟକ୍ଷା ଆରତୀ କୁଲଦୀପ, ତହସିଲଦାର ନୈବେଦ୍ୟ କୁମାର ଭୋଇ, ଏବିଡିଓ  ସ୍ମୁତି ରଂଜନ ନାୟକ, ଅତିରିକ୍ତ ତହସିଲଦାର ମାଧବ ଭତ୍ରା ଭାରପ୍ରାପ୍ତ ଜିପିଓ ପ୍ରଫୁଲ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ଦେଢ଼ ବର୍ଷ ମଧ୍ୟରେ ଯାହା ଊନ୍ନୟନ ମୂଳକ କାର୍ଯ୍ୟ ହୋଇଛି ସମସ୍ତ କର୍ମଚାରୀଙ୍କ ସହଯୋଗରେ ହୋଇଛି ଏବଂ ଏଥିପାଇଁ ଲକ୍ଷ୍ମୀପୁର ବ୍ଲକ ରାଜ୍ୟ ସ୍ତରରେ ଆକାଂକ୍ଷା ସମ୍ମାନ ପାଇପାରିଛି ବୋଲି କହିଥିଲେ। ଏଥିସହିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ମଧ୍ୟ ଏଥିରେ ସହଯୋଗ ରହିଥିବା ସେ କହିଥିଲେ। ସେହିପରି ଜଣେ ଅମାୟିକ ଓ କର୍ମଠ ଅଧିକାରୀ ଙ୍କ ପାଇଁ ଅଞ୍ଚଳର ଊନ୍ନୟନ କାର୍ଯ୍ୟରେ ଅନେକ ଅଗ୍ରଗତି ସହିତ ସବୁବର୍ଗର ଲୋକମାନଙ୍କ ନିକଟତର ହୋଇଥିଲେ ବୋଲି ଏଠାରେ ଉପସ୍ଥିତ କର୍ମଚାରୀ କହିଥିଲେ। ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିପରି ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ  କାମନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories