www.samajalive.in
Wednesday, December 10, 2025
26.1 C
Bhubaneswar

କମ୍‌ ପିଲା ହେଲେ ଉପସ୍ଥାନ ଅଧିକ -ମଧ୍ୟାହ୍ନ ଭୋଜନ ବି ଛାଡିଲେନି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ପାଟଣା -କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ମଙ୍ଗଳବାର ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ କରିଥିଲେ। ଏଠାରେ କେତେକ ଅନିୟମିତତା ଦେଖି ପ୍ରଧାନ ଶିକ୍ଷକ ମୌଜିରାମ ପାତ୍ର ଙ୍କୁ ନିଲମ୍ୱିତ କରିଛନ୍ତି।

ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟ ରେ ସେ ବିଦ୍ୟାଳୟ ର ଶୌଚାଳୟ ତାଲା ପଡ଼ିଥିବା, ପରିବେଶ ଅପରିଷ୍କାର ଥିବା ସହ ଉପସ୍ଥାନ ଖାତା ରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ଅଧିକ ଦର୍ଶାଇ ମଧ୍ୟାହ୍ନ ଭୋଜନରେ ଗଫଲତି କରିବା ଉଦ୍ଦେଶ୍ୟ ରେ ଥିବା ଜିଲ୍ଲାପାଳ ଜାଣିବାକୁ ପାଇଥିଲେ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ପାଟଣା ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୭୧୨/୨୫ ଅନୁଯାୟୀ ପ୍ରଧାନ ଶିକ୍ଷକ ପାତ୍ର ଙ୍କୁ ନିଲମ୍ବିତ କରାଯାଇଥିବା ପାଟଣା ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ ସୂଚନା ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories