ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇରେ ଆଜି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ମାଟିଆ ଗ୍ରାମ ଗିରିସାହିର ପ୍ରକାଶ ଗିରିଙ୍କ ୧୩ ବର୍ଷୀୟ ନାବାଳିକା ଆଜି ସକାଳେ ନିଜ ଓଢଣୀରେ ରସି ଲଗାଇ ଆତ୍ମହତ୍ୟା କରିଥିବା କଥା ସାମ୍ନାକୁ ଆସିଛି । ଘଟଣା ମୁତାବକ ଛାତ୍ରୀ ସ୍କୁଲ ନଯିବାରୁ ମା’ ଓ ଝିଅଙ୍କ ଭିତରେ କଥା କଟାକଟି ହୋଇଥିଲା ଯାହାକୁ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ତେବେ ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲକୁ ଅଣା ଯାଇଥିବାବେଳେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ମୃତ ଛାତ୍ରୀ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉର୍ମିଳା ଜେନା ସମେତ ସହକାରୀ ଶିକ୍ଷୟତ୍ରୀମାନେ ମେଡିକାଲରେ ପହଂଚି ମୃତକଙ୍କ ପରିବାରକୁ ଭେଟିବା ସହିତ ଦୁଃଖ ପ୍ରକାଶ କରିଥିଲେ ।
Popular Categories



