www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରମ୍ପ-ଟାରିଫ୍‌-ଟେନ୍‌ସନ୍‌ ; ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ମଧ୍ୟରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରି ପାରନ୍ତି ବୋଲି ସୂଚନା ମିଳିଛି । ଆସନ୍ତା ମାସରେ ମୋଦୀ ଆମେରିକା ଗସ୍ତ କରି ପାରନ୍ତି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ କରିବାର କାରଣ ଜାତିସଂଘ ସାଧାରଣ ସଭା(ୟୁଏନଜିଏ)ରେ ଅଂଶଗ୍ରହଣ କରିବା । ତେବେ ଏହି ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ମଧ୍ୟ ଖବର ସାମ୍ନାକୁ ଆସିଛି ।

ସେପ୍ଟେମ୍ବରରେ ନ୍ୟୁୟର୍କରେ ୟୁଏନଜିଏ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟରେ ମୋଦୀ-ଟ୍ରମ୍ପଙ୍କ ସାକ୍ଷାତ ହେବାର ରହିଛି । ବୈଠକ ୨୩ ରୁ ୨୭ ସେପ୍ଟେମ୍ବର ମଧ୍ୟରେ ହେବାର ରହିଛି । ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କୁ ମଧ୍ୟ ଭେଟି ପାରନ୍ତି ।
ଏହି ସମ୍ମିଳନୀରେ ସାରା ବିଶ୍ୱରୁ ଅନେକ ବଡ ନେତା ନ୍ୟୁୟର୍କରେ ପହଞ୍ଚିବେ । ତେଣୁ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

- Advertisement -

ରୁଷରୁ ତେଲ କିଣିବାକୁ ନେଇ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଶୁଳ୍କ ବିବାଦ ପରେ ବାଣିଜ୍ୟ ଚୁକ୍ତି ମଧ୍ୟ ଲଟକି ରହିଛି । ପ୍ରଧାନମନ୍ତ୍ରୀଙ୍କ ଆମେରିକା ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପୂର୍ବରୁ ଟ୍ରମ୍ପ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭେଟ ହେବାର ରହିଛି ।

ଏହି ୫ ରାଶି ପାଇଁ ବଡ ଖୁସି ନେଇ ଆସୁଛି ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ମିଳିବ ଧନ ସହ ଚାକିରି..

ବର୍ବରତାର ସୀମା ପାର୍‌ ; ଶାଶୁକୁ ହତ୍ୟା ପରେ ୧୯ ଖଣ୍ଡ କଲା ଡାକ୍ତର ଜ୍ୱାଇଁ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories