www.samajalive.in
Saturday, December 6, 2025
26.1 C
Bhubaneswar

ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା ସଭା ଅନୁଷ୍ଠିତ

ଟିଟିଲାଗଡ଼: ମହିଳା କେବେ ଅବଳା ନୁହେଁ । ଆମେ ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କ ଭଳି ସାହସୀ । ଆମେ ଶତ୍ରୁ ହାତରେ ଅପମାନିତ କିମ୍ବା ଲଜ୍ଜିତ ହୋଇ ନିପାତ ହେବା ନାହିଁ । ଲକ୍ଷ୍ମୀବାଇଙ୍କ ଭଳି ଲଢ଼ିବା ଵୋଲି ପୁଲିସ ପକ୍ଷରୁ ଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ପ୍ରବୃତି ନେଇ ଟିଟିଲାଗଡ଼ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ ସଚେତନତା ସଭାରେ ଟିଟିଲାଗଡ଼ ଥାନା ଆଇଆଇସି କଲ୍ୟାଣୀ ବେହେରା ଆହ୍ୱାନ କରିଛନ୍ତି। ଆମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆମେ ମହାକାଶଚାରୀ ସୁନିତା ବିଲିୟମ। କୌଣସି ପରିସ୍ଥିତିରେ ମଧ୍ୟ ଆମେ ଭାଙ୍ଗିପଡିବା ଆତ୍ମହତ୍ୟା ଭଳି ପଥ ଆବୋରି ନେବା ଉଚିତ ନୁହେଁ।
ଏହି ଅବସରରେ ସେ ଅନେକ ସଫଳ ନାରୀଙ୍କ ଉଦାହରଣ ଦେଇ ଛାତ୍ରୀଙ୍କ ମଧ୍ୟରେ ସାହସ ଭରିଛନ୍ତି। ପ୍ରଶାସନ ତଥା ପୁଲିସ ଛାତ୍ରୀଙ୍କ ସୁରକ୍ଷା ପାଇଁ ସର୍ବଦା ତତ୍ପର ବୋଲି ସେ କହିଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡିକରେ ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ, ସବଇନ୍ସପେକ୍ଟର ଖଗେଶ୍ୱର ମାଝୀ, ଏଏସଆଇ ଅହଲ୍ୟା, ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଯୁକ୍ତ ତିନି ବିଭାଗ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାଇନି, ଯୁକ୍ତ ଦୁଇ ଅଧ୍ୟକ୍ଷ ଗୁରୁବାରୁ ସିନ୍ଦୁରିଆ, ବାଳିକା ହାଇସ୍କୁଲ ପ୍ରଧାନ ଶିକ୍ଷକ ପଙ୍କଜ ମେହେର, ମାହେଶ୍ୱରୀ ହିନ୍ଦୀ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ରୀନା ନନ୍ଦ, କବିତା ମିଶ୍ର, ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋବିନ୍ଦ ମେହେର, ଅରୁଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଆଉ ୩ ଦିନ ପରେ ଶନି, ରାହୁ ଓ କେତୁଙ୍କ ଓଲଟା ଚଳନ ପୁଣି ଦୁର୍ଲ୍ଲଭ ଯୋଗ; ଏହି ୪ ରାଶିଙ୍କୁ ମିଳିବ ବଡ ଖୁସି,ହେବ ଧନର ବର୍ଷା..

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories