www.samajalive.in
Saturday, December 6, 2025
26.1 C
Bhubaneswar

ସବୁ ସରକାରୀ ଅଫିସରେ ଲାଗିବ AI କ୍ୟାମେରା

ଭୁବନେଶ୍ୱର: ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ ସବୁ ବିଭାଗର ସଚିବଙ୍କୁ ତାଗିଦ୍‍ କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସବୁ ଅଫିସରେ ଏଆଇ କ୍ୟାମେରା ଲଗାଇବା, ନିର୍ଦ୍ଧାରିତ ସମୟରେ ଅଫିସ ଆସିବା, ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବା ଆଦି ଦିଗ ଉପରେ ଫୋକସ୍‍ ଦେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା, ଏହାପରେ ଜିଲା ସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଯିବ । ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ ଆସିବା ଉପରେ ଗୁରୁତ୍ୱ ଦିଆଯିବା ସହ ଏଥିପାଇଁ ନୂଆ ମେକାନିଜମ ବିକଶିତ କରାଯିବ । ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । ନିୟମିତ ଭାବେ କାର୍ଯ୍ୟର ସମୀକ୍ଷା କରି ପ୍ରଦର୍ଶନରେ ସୁଧାର ଆଣିବା ପ୍ରଦର୍ଶନରେ ସୁଧାର ନଆସିଲେ ଆଗୁଆ ଅବସର ଦେବାକୁ ନିର୍ଦ୍ଦେଶ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା ୟୁଆଇ ନୋଟ୍‍ ଉପର ତୁରନ୍ତ ଉତ୍ତର ଦେବା ଓ ଦୁର୍ନୀତିର ମୂଳ କାରଣ ଖୋଜିବା ସହ ଏ ଦିଗରେ ପଦକ୍ଷେପ ନେବା ଲୋକଙ୍କ ସେବାରେ କାହିଁକି ବିଳମ୍ବ ହେଉଛି ତାହାକୁ ଅନୁଧ୍ୟାନ କରାଯିବ । ଅକ୍ଟୋବର ଆରମ୍ଭ ହେବ ସିଏମ୍‍ ଡାସ୍‍ ବୋର୍ଡ । କେନ୍ଦ୍ରୀୟ ସ୍କିମ୍‍ ପ୍ରତିମାସ ୭ତାରିଖରେ ଜିଲାପାଳ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ । ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ଏନଫୋର୍ସମେଣ୍ଟ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories