www.samajalive.in
Saturday, December 6, 2025
17.1 C
Bhubaneswar

୧୯୯୦ କାଶ୍ମିରୀ ପଣ୍ଡିତ ସାରଲା ଭଟ୍ଟ ହତ୍ୟା ମାମଲାରେ ୮ ସ୍ଥାନରେ ଚଢ଼ାଉ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରରେ ୧୯୯୦ରେ ଘଟିଥିବା ଜଣେ ମହିଳା କାଶ୍ମିରୀ ପଣ୍ଡିତ ହତ୍ୟା ମାମଲାରେ ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବର୍ତ୍ତମାନ ରାଜ୍ୟ ତଦନ୍ତକାରୀ ସଂସ୍ଥା(ଏସଆଇଏ)କୁ ତଦନ୍ତ ଦାୟିତ୍ଵ ମିଳିବା ପରେ ସଂସ୍ଥା ପକ୍ଷରୁ ୩୫ ବର୍ଷ ତଳର ଏହି ମାମଲାରେ କେନ୍ଦ୍ରୀୟ କାଶ୍ମୀରର ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ସାରଲା ଭଟ୍ଟ ନାମ୍ନୀ ଜଣେ ମହିଳା କାଶ୍ମିରୀ ପଣ୍ଡିତଙ୍କୁ ହତ୍ୟା ମାମଲାରେ ନିଷିଦ୍ଧ ଘୋଷିତ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ(ଜେକେଏଲଏଫ) ସହିତ ସଂଶ୍ଳିଷ୍ଟ କିଛି ଲୋକଙ୍କ ଘରେ ଏହି ଚଢ଼ାଉ କରାଯାଇଛି। ୨୭ ବର୍ଷୀୟା ଭଟ୍ଟ ସୌରାସ୍ଥିତ ଶେର-ଇ-କାଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍‌ସେସ ନର୍ସ ଭାବେ କାର୍ଯ୍ୟ କରିବା ସହିତ ମେଡିକାଲ ହଷ୍ଟେଲରେ ରହୁଥିଲେ। ୧୯୯୦ ଏପ୍ରିଲ ମାସରେ ସେ ହଷ୍ଟେଲରୁ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଭଟ୍ଟଙ୍କ ଗୁଳିବିଦ୍ଧ ମୃତଦେହ ଶ୍ରୀନଗର ସହରତଳି ଅଞ୍ଚଳରୁ ମିଳିଥିଲା। ତାଙ୍କୁ ହଷ୍ଟେଲରୁ ଅପହରଣ କରି ହତ୍ୟା କରାଯାଇଥିଲା।

- Advertisement -

ଏହି ମାମଲାରେ ମଙ୍ଗଳବାର ତଦନ୍ତକାରୀ ସଂସ୍ଥା ଜେକେଏଲଏଫ ତତ୍କାଳୀନ ନେତା ପୀର୍‌ ନୁରୁଲ ହକ୍‌ ଶାହଙ୍କ ଘରେ ଚଢ଼ାଉ କରାଯାଇଛି। ୧୯୯୦ରେ କାଶ୍ମିରୀ ପଣ୍ଡିତମାନଙ୍କୁ ବିତାଡ଼ିତ କରାଯିବା ସମୟରେ ଭଟ୍ଟ ହତ୍ୟାର ଶିକାର ହୋଇଥିବା ତଦନ୍ତକାରୀ ସଂସ୍ଥା ଅନୁମାନ କରୁଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories