www.samajalive.in
Saturday, December 6, 2025
26.1 C
Bhubaneswar

ରାସ୍ତା ଉପରେ ଅଳିଆ ଆବର୍ଜନା, ଡ୍ରେନ ସଫେଇ ଦାବି କଲେ ଅଞ୍ଚଳବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମୁଖ୍ୟାଳୟ ଫିରିଙ୍ଗିଆ ବଜାରରେ ଡ୍ରେନ ସମସ୍ୟା ଲାଗି ରହିଛି, ବର୍ଷା ହେଲେ ଡ୍ରେନରେ ଗଦା ଗଦା ଅଳିଆ ଆବର୍ଜନା ଭର୍ତି ହୋଇ ଥିବାରୁ ରାସ୍ତା ଉପରେ ଅଳିଆ ଗଦା ହେବା ଯୋଗୁଁ ଯାତାୟତରେ ସମସ୍ୟା ଉପୁଜୁଛି। ଜଗନ୍ନାଥ ମନ୍ଦିର ନିକଟରୁ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ଦେଇ ନାହାଣା ଗାଁକୁ ଯାଇଥିବା ରାସ୍ତାର ଡ୍ରେନରେ ଗଦା ଗଦା ଅଳିଆ ଆବର୍ଜନା ଏବଂ ଭଙ୍ଗା କାଚ ମଦ ବୋତଲ ଜମା ହୋଇଥିବାରୁ ବର୍ଷା ହେବାରୁ ରାସ୍ତା ଉପରେ ଜମା ହେବା ଦ୍ୱାରା ଯାତାୟତ ବାଧା ପ୍ରାପ୍ତ ହୋଇଛି। ପୂର୍ବରୁ ଡ୍ରେନ ସଫା କରାଯାଇଥିଲେ ମଧ୍ୟ ଦୋକାନୀମାନେ ଏବଂ ରାସ୍ତା ନିକଟରେ ଥିବା ଜନସାଧାରଣ ଅଳିଆ ଆବର୍ଜନା ଡ୍ରେନରେ ପକାଉଥିବାରୁ ଏଭଳି ସମସ୍ୟା ଉପୁଜୁ ଥିବା କହିଛନ୍ତି ବରିଷ୍ଠ ବୁଦ୍ଧିଜୀବୀମାନେ। ପିଡବ୍ଲୁଡ଼ି ବଙ୍ଗଳା ପାଖରୁ ବଜାର ପୋଖରୀ ନିକଟକୁ ଯାଇଥିବା ରାସ୍ତା ଡ୍ରେନ ମଧ୍ୟ ସଫା କରିବା ସହ ଫିରିଙ୍ଗିଆ ବ୍ଲକ ଛକ ଠାରୁ ବଜାର ଦେଇ ବାଣିଜ୍ୟ ଭଣ୍ଡାର ପର୍ଯ୍ୟନ୍ତ ଓ ମେଡିକାଲ ରାସ୍ତାରେ ନିର୍ମାଣ କରାଯାଇଥିବା ଡ୍ରେନ ତୁରନ୍ତ ସଫା କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଏହି ଘଟଣାରେ ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଏହି ଡ୍ରେନ ଶୀଘ୍ର ସଫେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

‘ଯିଏ ସଲ୍‌ମାନ୍‌ଙ୍କ ସହ କାମ କରିବ ସିଏ ମରିବ’.. କାଫେକୁ ଗୁଳିମାଡ ପରେ କପିଲଙ୍କୁ ମିଳିଲା ଏହି ଧମକ

- Advertisement -

 

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories