www.samajalive.in
Monday, December 8, 2025
24.1 C
Bhubaneswar

ଇଣ୍ଡିଗୋକୁ ୧.୫ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ: ଆଜରବୈଜାନର ରାଜଧାନୀ ବାକୁରୁ ନୂଆଦିଲ୍ଲୀ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀଙ୍କୁ ଭଙ୍ଗା ଓ ଅପରିଷ୍କାର ସିଟ୍‌ ମିଳିଥିବା ଅଭିଯୋଗରେ ଦିଲ୍ଲୀର ଏକ ଖାଉଟି ଅଦାଲତ ସଂପୃକ୍ତ ଏୟାରଲାଇନ୍ସ ଉପରେ ୧.୫ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏହି ଅର୍ଥ ପୀଡିତ ଯାତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି। ପିଙ୍କି ନାମ୍ନୀ ଏହି ଯାତ୍ରୀ ଜଣକ ଗତ ଜାନୁଆରୀ ୨ରେ ଇଣ୍ଡିଗୋ ବିମାନରେ ବାକୁରୁ ଦିଲ୍ଲୀ ଆସୁଥିଲେ। ତେବେ ତାଙ୍କୁ ଏକ ଭଙ୍ଗା ଓ ଅପରିଷ୍କାର ସିଟ୍‌ ମିଳିଥିଲା। ଦିଲ୍ଲୀରେ ଅବତରଣ କରିବାପରେ ପିଙ୍କି ଏଥିନେଇ ଏୟାରଲାଇନ୍ସ
କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏୟାରଲାଇନ୍ସ ପକ୍ଷରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପିଙ୍କି ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଜୁଲାଇ ୯ରେ ଅଦାଲତ ଦେଇଥିବା ରାୟରେ ପିଙ୍କିଙ୍କୁ କ୍ଷତିପୂରଣ ବାବଦରେ ୧.୫ ଲକ୍ଷ ଟଙ୍କା ଦେବାକୁ ଏୟାରଲାଇନ୍ସକୁ ନିର୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଓକିଲ ଖର୍ଚ୍ଚ ବାବଦରେ ପିଙ୍କିଙ୍କୁ ଆଉ ୨୫ ହଜାର ଟଙ୍କା ଦେବାକୁ ଏୟାରଲାଇନ୍ସକୁ ନିର୍ଦେଶ ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories