www.samajalive.in
Saturday, December 6, 2025
26.1 C
Bhubaneswar

ଜବତ ହେଲା କିଲର ଥର୍ : ପାତ୍ରପଡାରେ ରାସ୍ତାରୋକ, ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ଦାବି

ଭୁବନେଶ୍ଵର : ରାଜଧାନୀରେ ହିଟ ଆଣ୍ଡ ରନ ମାମଲା । ଜବତ ହେଲା କିଲର ଥର୍। ଗତକାଲି ସନ୍ଧ୍ୟାରେ ଭୁବନେଶ୍ଵରର ପାତ୍ରପଡ଼ା ନିକଟରେ ଦୁର୍ଘଟଣା ଘଟି ଜଣେ ୮ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଥିଲା । ଏହାର ପ୍ରତିବାଦରେ ଆଜି ଫୁଲେଶ୍ଵରୀ ବସ୍ତିର ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି। ସୂଚନା ଅନୁସାରେ, ପାତ୍ରପଡ଼ା ନିକଟ ଭି-୨ ଶପିଂ ମଲ ପାଖରେ ମା’, ପୁଅ ଏବଂ ଝିଅ ହାତ ଧରାଧରି ହୋଇ ରାସ୍ତା ପାର ହେଉଥିବା ସମୟରେ ଏକ ଥର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାରେ ମା’ ଓ ପୁଅ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଝିଅଟି ତା’ ମାମୁଁ ଘରକୁ ରାକ୍ଷୀ ବାନ୍ଧିବାକୁ ମା’ ଓ ଭାଇ ସହିତ ଯାଇଥିଲା। ସେଠାରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଖବରପାଇ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories