www.samajalive.in
Saturday, December 13, 2025
21.1 C
Bhubaneswar

ବିପୁଳ କଫସିରପ ଜବତ, ୭ ଗିରଫ

ସମ୍ବଲପୁର: ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୧୨୦ ବୋତଲ ନିଶା କଫସିରପ ଜବତ କରାଯିବା ସହିତ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉତ୍ତରାଞ୍ଚଳ ଇଆଇଇବି ୟୁନିଟ ପକ୍ଷରୁ ୨ଟି ସ୍ଥାନରେ ଚଢ଼ଉ କରାଯାଇ କଫସିରପ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସମ୍ବଲପୁରର ଅଇଁଠାପାଲି ଥାନାଞ୍ଚଳ ଦେଇ ଚାଲାଣ ହେଉଥିବା ୭ ଶହ ନିଶା କଫ ସିରପ ପୁଲିସ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅବକାରୀ ବିଭାଗର ସୁଚନା ଅନୁଯାୟୀ, ପ୍ରଥମ ଘଟଣାରେ ସମ୍ବଲପୁର – କଟକ ଜାତୀୟ ରାଜପଥର ଧନୁପାଲି ଅଞ୍ଚଳ ଦେଇ କଫସିରପ ଚାଲାଣ ଖବର ମିଳିବା ପରେ ଯାନବାହନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଯୁଯୁମୁରା ଥାନା ଅନ୍ତର୍ଗତ ହିରୋ ନିବାସୀ ଦେବାଶିଷ ଥାପା(୨୩) ଓ ହୀରାକୁଦ ଥାନାଞ୍ଚଳର ନୁଆଗୁଜାତଲ ନିବାସୀ ତୁଷାର ଭୋଇ(୧୯) ଙ୍କୁ ଏକ ଦାମୀ କାର ସହିତ ଧରାଯାଇଥିଲା। ଗାଡିକୁ ଯାଞ୍ଚ ସମୟରେ ସେଥିରେ ୨୪୦ଟି ନିଶା କଫସିରପ ବୋତଲ ୩ଟି ଜରି ବସ୍ତା ମଧ୍ୟରେ ରଖାଯାଇଥିବା ଦେଖିବାକୁ ମିଳିଥିଲା।

- Advertisement -

ସେହିଭଳି ଅଇଁଠାପାଲି ବସଷ୍ଟାଣ୍ଡ ନିକଟରେ ଶନିବାର ଚେକିଂ ସମୟରେ ସନ୍ଦିଗ୍ଧ ଭାବରେ ଯାଉଥିବା ଏକ ସ୍କୁଟିକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା । ସ୍କୁଟିରୁ ୧୮୦ଟି ନିଶା କଫ ସିରପ ବୋତଲ ମିଳିଥିଲା। ଏଣୁ ସ୍କୁଟି, ନିଶା କଫ ସିରପ ଓ ୨ଟି ମୋବାଇଲ ଫୋନ ଜବତ କରାଯାଇ ଚାଲାଣକାରୀ ସାହୁ କଲୋନୀ ନିବାସୀ ତନ୍ମୟ ନାଏକ (୨୨) ଓ ମୁଦିପଡା ଦେଉଳବନ୍ଧ ନିବାସୀ କୋଶଳ ମଲ୍ଲିକ (୨୨)ଙ୍କୁ ଗିରଫ କରାଯାଇଛି ।

ଅନ୍ୟ ଏକ ଘଟଣାରେ ଅଇଁଠାପାଲି ଉପର ଛକଠାରେ ଚଢ଼ାଉ କରାଯାଇ ଚାଲାଣ ନିମନ୍ତେ ରଖାଯାଇଥିବା ୭୦୦ ନିଶା କଫସିରପ ଜବତ କରାଯାଇଛି। ଏହି ଘଟଣାରେ ମାନେଶ୍ୱର କଣ୍ଟେଇପାଲି ନିବାସୀ ଏମଡି ସୋନୁ ଓରଫ ୟୁନୁସ (୩୧), ସୋମନାଥ ପ୍ରଧାନ (୩୪) ଓ ଚନ୍ଦ୍ରଶେଖର କୁମ୍ଭାର (୨୪)ଙ୍କୁ ଗିରଫ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories