www.samajalive.in
Wednesday, December 10, 2025
26.1 C
Bhubaneswar

ଥାନାରେ ପୁଲିସର କାର୍ଯ୍ୟଶୈଳୀ ବୁଲି ଦେଖିଲେ ଛାତ୍ରଛାତ୍ରୀ

ଫୁଲବାଣୀ: କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁଲିସର କାର୍ଯ୍ୟକାରିତା ବିଷୟରେ ଅବଗତ କରାଇବା ଲାଗି ଶନିବାର ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।  ଏହି ଅବସରରେ ଫୁଲବାଣୀ ସତ୍ୟସାଇ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକମାନଙ୍କ ତତ୍ତ୍ଵାବଧାନରେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଫୁଲବାଣୀ ଏସଡିପିଓ ସୁଭ୍ରଜିତ ବିଶ୍ଵାଳ ଓ ଆଦର୍ଶ ଥାନା ଅଧିକାରୀ ସ୍ବରୁପ କିଶାନ ଛାତ୍ରଛାତ୍ରୀମାନଙ୍କୁ ଚକୋଲେଟ୍ ଦେଇ ସ୍ବାଗତ କରିଥିଲେ।

ପରେ ସେମାନେ ସମଗ୍ର ଥାନା ବୁଲି ଦେଖିବା ସହିତ ପୁଲିସର କାର୍ଯ୍ୟକଳାପ ବାବଦରେ ଓ ବିଭିନ୍ନ ଅପରାଧ ଓ ସେମାନଙ୍କ ବିରୋଧରେ ପୁଲିସ ନେଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ, ଥାନାରେ ଥିବା ମାଲଖାନା, ପୁଲିସର କାର୍ଯ୍ୟଶୈଳୀ ଆଦି ଭଳି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ସେମାନଙ୍କୁ ଏହି ସବୁ ବାବଦରେ ଏସଡିପିଓ ଏବଂ ଥାନା ଅଧିକାରୀ ପ୍ରାଞ୍ଜଳତାର ସହିତ ଖୋଲାଖୋଲି ବୁଝାଇଥିଲେ। ଏପରିକି ବର୍ତ୍ତମାନ ସମାଜରେ ଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଯୌନ ଶୋଷଣ ଓ ଏହାର ଆଇନ ବାବଦରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀମାନେ ପୁଲିସ, ଥାନା ଓ ଏହି ବାବଦରେ ଜାଣିବାକୁ ପାଇବା ସହ ଆବଶ୍ୟକ ସ୍ଥଳେ ସେମାନେ ଯେକୌଣସି ସମସ୍ୟାରେ ଭୟ ନ କରି ନିଜେ ପୁଲିସ ନିକଟରେ ପହଞ୍ଚି ପାରିବେ ବୋଲି କହିଛନ୍ତି ଏସଡିପିଓ। ଆଗକୁ ଏହି କାର୍ଯ୍ୟକ୍ରମ ଜରିଆରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଏକ୍ସପୋଜର ଭିଜିଟ୍ ଜାରି ରହିବ ବୋଲି କହିଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories