www.samajalive.in
Saturday, December 13, 2025
21.1 C
Bhubaneswar

ପୁଲିସ ବାରାକରେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ, ଯବାନ ଅଟକ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ରିଜର୍ଭ ପୁଲିସ ପରିସରରେ ଥିବା ମହିଳା ପୁଲିସ ବାରାକରେ ଶନିବାର ସକାଳେ ଜଣେ ଯୁବକ ହଠାତ ପଶି ଜଣେ ମହିଳା କନଷ୍ଟେବଳଙ୍କୁ ମାରପିଟ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୋପାଳପୁର ପୁଲିସ ଜଣେ ଯୁବକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ଅଭିଯୁକ୍ତ ଜଣେ ଯବାନ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଶନିବାର ସକାଳ ପ୍ରାୟ ୮ଟାରେ ଅଭିଯୁକ୍ତ ଜଣକ ବାରାକରେ ପଶି ଜଣେ ମହିଳା ପୁଲିସ କନଷ୍ଟେବଳଙ୍କୁ ପଛ ପଟୁ ଭିଡି ଧରିବା ସହ ଗାଳିଗୁଲଜ କରି ସହ ମାଡ଼ ମାରିଥିଲେ। ପରିସରରେ ଥିବା ଅନ୍ୟ କନଷ୍ଟେବଳମାନେ ଆସି ଅଭିଯୁକ୍ତଙ୍କୁ କାବୁ କରି ଗୋପାଳପୁର ପୁଲିସକୁ ହସ୍ତାନ୍ତର କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା(୨୬୭/୨୫) ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories