www.samajalive.in
Sunday, December 14, 2025
26.1 C
Bhubaneswar

ଦିଗବିଜୟଙ୍କୁ ତଳେ ବସିଥିବା ଦେଖି ସଭା ମଞ୍ଚରୁ ଓହ୍ଲାଇ ଆସିଲେ କେନ୍ଦ୍ରମନ୍ତ୍ରୀ, ଅତିଥିଙ୍କ ଆସନକୁ ପାଛୋଟି ନେଲେ

ସମାଜ ଡିଜିଟାଲ ଡେସ୍କ: ଏକଦା ଗୋଟିଏ ଦଳର ତୁଙ୍ଗ ନେତା ଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏବଂ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଦିଆ। ଉଭୟେ କଂଗ୍ରେସରେ ଥିବାବେଳେ ବେଶ୍‌ ଘନିଷ୍ଠ ଥିଲେ। ହେଲେ ୨୦୨୦ରେ ସିନ୍ଦିଆ ବିଜେପିରେ ଯୋଗଦେବା ପରେ ଉଭୟଙ୍କ ରାଜନୈତିକ ଦିଗ ଅଲଗା ହୋଇଯାଇଥିଲା। ରାଜନୈତିକ ଶତ୍ରୁତା ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ବ୍ୟକ୍ତିଗତ ଜୀବନରେ ପରସ୍ପର ପ୍ରତି ସମ୍ମାନ ହ୍ରାସ ପାଇ ନ ଥିଲା। ଯାହା ଏବେ ଏକ ଭିଡିଓରୁ ଦେଖିବାକୁ ମିଳିଛି। ଗୋଟିଏ କାର୍ଯ୍ୟକ୍ରମରେ ଦିଗବିଜୟ ତଳେ ବସିଥିବା ଦେଖି ମଞ୍ଚରୁ ଓହ୍ଲାଇ ଆସିଥିଲେ ସିନ୍ଦିଆ। ତାଙ୍କୁ ନମସ୍କାର କରିବା ସହିତ ସସମ୍ମାନେ ମଞ୍ଚକୁ ପାଛୋଟି ନେଇଥିଲେ। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସିନ୍ଦିଆଙ୍କ ଏପରି ପଦକ୍ଷେପ ଲୋକ ମନ ଜିଣିଥିଲା। ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। ଯାହାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।

ଭିଡିଓରେ ଅନେକ ଲୋକ ନାନା ପ୍ରକାର ମନ୍ତବ୍ୟ ଦେଇଛନ୍ତି। କେହି କେହି ଏହାକୁ ଏକ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ବୋଲି କହିଛନ୍ତି। କାରଣ ରାଜନୈତିକ ଦଳ ଭିନ୍ନ ହେବା ପରେ ଉଭୟଙ୍କୁ ସମସ୍ତେ ପରସ୍ପରର ଦୃଢ଼ ବିରୋଧୀ ବୋଲି ବିବେଚନା କରୁଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories