www.samajalive.in
Saturday, December 13, 2025
14.1 C
Bhubaneswar

ମାମୁଁ ଘରେ ରାକ୍ଷୀ ବାନ୍ଧି ଫେରିବା ବେଳେ ଦୁର୍ଘଟଣା: ଝିଅ ମୃତ, ମା’ ଓ ପୁଅ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵରର ପାତ୍ରପଡ଼ା ନିକଟରେ ଶନିବାର ସନ୍ଧ୍ୟାରେ ଦୁର୍ଘଟଣା ଘଟି ଜଣେ ୮ ବର୍ଷୀୟା ନାବାଳିକାର ମୃତ୍ୟୁ ଘଟିଛି। ଏଥିରେ ମା’ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଝିଅଟି ତା’ ମାମୁଁ ଘରକୁ ରାକ୍ଷୀ ବାନ୍ଧିବାକୁ ମା’ ଓ ଭାଇ ସହିତ ଯାଇଥିଲା। ସେଠାରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପାତ୍ରପଡ଼ା ନିକଟ ଭି-୨ ଶପିଂ ମଲ ପାଖରେ ମା’, ପୁଅ ଏବଂ ଝିଅ ହାତ ଧରାଧରି ହୋଇ ରାସ୍ତା ପାର ହେଉଥିବା ସମୟରେ ଏକ ଥର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।

Hot this week

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

Related Articles

Popular Categories