www.samajalive.in
Sunday, December 14, 2025
19.1 C
Bhubaneswar

୧୪ ଯାଏ ଚାଲିବ ଅପରେସନ ‘ଗରୁଡ଼’

ସମାଜ ଡିଜିଟାଲ ଡେସ୍କ: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ଅଗଷ୍ଟ ୧ ତାରିଖରୁ  ରାଜ୍ୟର ସମସ୍ତ ଜିଲ୍ଲାର ଏସପିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅପେରସନ “ଗରୁଡ଼”  ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଅଭିଯାନରେ ମୁଖ୍ୟତଃ  ଜାମିନ ବିହୀନ ୱାରେଣ୍ଟ (ଏନବିଡବ୍ଲ୍ୟୁ)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

- Advertisement -

ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ଗଞ୍ଜାମ ପୁଲିସ ଜିଲ୍ଲା ୧୦ଟି ବନ୍ଧୁକ ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରିଛି। ସେହିପରି ରାଉରକେଲା ପୁଲିସ ଜିଲ୍ଲା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା’ ନିକଟରୁ ଏକକାଳୀନ ୧୦ଟି ବନ୍ଧୁକ ଜବତ କରିଛି। ଏନଡିପିଏସ ମାମଲାରେ କନ୍ଧମାଳ ପୁଲିସ ୫୩୫ କେଜି ଗଞ୍ଜେଇ ଜବତ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି। ଅବକାରୀ ମାମଲାରେ କେନ୍ଦୁଝର ପୁଲିସ ଜିଲ୍ଲା ସର୍ବାଧିକ ୧୦୭ଟି ମାମଲା ରୁଜୁ କରିଥିବା ବେଳେ ୧୫୦୯ ଲିଟର ମଦ ଜବତ କରିଛି। ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ରାଉରକେଲା  ଜିଲ୍ଲା ପୁଲିସ ୩ଟି ମାମଲା ରୁଜୁ କରି ୧,୪୮,୩୩୦ ଟଙ୍କା ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories