www.samajalive.in
Sunday, December 14, 2025
14.1 C
Bhubaneswar

ସାନ ଭାଇକୁ ଅଧିକ ଭଲ ପାଉଥିଲେ ବାପା, ମା; ବଡ ଭାଇ ମାରିଦେଲା-ଏସପି

ଟିଟିଲାଗଡ: ସାମାନ୍ୟ କାରଣ ପାଇଁ ଭାଇ ନେଇଗଲା ଭାଇର ଜୀବନ । ଜଣେ ନାବାଳକ ନିଖୋଜ ଘଟଣାର କିଛି ଏଭଳି ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ପୁଲିସ । ନାବାଳକ ନିଖୋଜ ହେବାର ଦୀର୍ଘ ଦୁଇ ମାସ ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି । ରାଖି ପୂର୍ଣ୍ଣିମାରେ ଆଜି ବଲାଙ୍ଗୀର ଏସପି ଅଭିଳାଷ ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ଖୁଲାସା କରିଛନ୍ତି । ଏସପି କହିଛନ୍ତି ନାବାଳକ ଭାଇଙ୍କୁ ହତ୍ୟା କରିଥିବା ବଡ଼ ଭାଇକୁ ବାପା ମା କମ୍‍ ସ୍ନେହ ଆଦର କରୁଥିଲେ । ଗତ ୨୮ ଜୁନରେ ବାପା ମା ଅନୁପସ୍ଥିତ ଥିବା ବେଳେ ମୃତ ନାବାଳକ କିଛି ଫଳ ଆଣି ଛୁରୀରେ କାଟି ଖାଉଥିଲେ  । ବଡ଼ ଭାଇ ମାଗିବାରୁ ନଦେବାରୁ ଉକ୍ତ ଛୁରୀରେ ସାନ ଭାଇକୁ ହତ୍ୟା କରି ଘର ପଛ ପଟରେ ପୋତି ଦେଇଥିଲେ  । ପରେ ଘରେ ପଡିଥିବା ରକ୍ତ ସଫା କରିଥିଲେ  ।  ମା ଆସି ବଡ଼ ପୁଅ ପ୍ରଥମ ଥର ପାଇଁ ଘର ପୋଛୁଥିବା ଦେଖିଥିବା ବେଳେ ପ୍ରଥମେ ସେମିତି କିଛି ସନ୍ଦେହ କରିନଥିଲେ  ।
ଏସପିଙ୍କ ସୂଚନା ମୁତାବକ ନାବାଳକ ନିଖୋଜ ନେଇ ଅପହରଣ ମାମଲା ରୁଜୁ ସହ ପୋଲିସର ସ୍ୱତନ୍ତ୍ର ଟିମ ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ତଥା ପଡୋଶୀ ରାଜ୍ୟ ଛତିଶଗଡର ରାୟପୁର ଅଞ୍ଚଳ ଯାଇ ବ୍ୟାପକ ଖୋଜାଖୋଜି କରିଥିଲେ ।  ଶେଷରେ ମୃତକଙ୍କ ମାଙ୍କ ବୟାନ ଅନୁସାରେ ତାହାର ବଡ଼ଭାଇକୁ ଧରିବା ପରେ ସତ୍ୟ ସାମ୍ନାକୁ ଆସିଥିଲା  । ଏନେଇ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ମଙ୍ଗଲ ସିଂଭୋଇଙ୍କ ତତ୍ୱାବଧାନରେ ବଲାଙ୍ଗୀର ଏସପି ଅଭିଳାଷଜୀ, ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି କଲ୍ୟାଣୀ ବେହେରା, ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୁ ଅଗ୍ରୱାଲ, ଡା. ଅସିତ ମହାନ୍ତି, ବଲାଙ୍ଗୀର ସାଇଣ୍ଟିଫିକ ଦଳ, ସନ୍ଧାନୀ କୁକୁର ଆଜି ସକାଳୁ ତଦନ୍ତ ଜୋରଦାର କରିବା ସହ ସ୍ଥାନୀୟ ଲକ୍ଷ୍ମୀ ଜୋର ନାଳରୁ ମୃତ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି   ।
ମୃତ ନାବାଳକ ସ୍ଥାନୀୟ ଗୋରୁ ବଜାରର ଚେରୁ ପୋଢ଼ଙ୍କ ସାନ ପୁଅ ଏବଂ ସେ ୭ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ  ।  ଏନେଇ ଅଭିଯୁକ୍ତକୁ ଗିରଫ ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ ହସପିଟାଲକୁ ପଠାଯାଇଥିବା ଏସପି ସୂଚନା ଦେଇଛନ୍ତି ।

Hot this week

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

Related Articles

Popular Categories