ଆଠଗଡ : ଆଠଗଡ ଅବକାରୀ ବିଭାଗ ପକ୍ଷରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନଡୁଆପଡା ନିକଟରୁ ଏକ କାର ସହିତ ୪୬୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଅବକାରୀ ଉପଅଧିକ୍ଷକ ସିଏଚ ତିରୁପତିଙ୍କ ନେତୃତ୍ବରେ ନିରୀକ୍ଷକ ରବି ନାରାୟଣ ପ୍ରଧାନ, ଉପନିରୀକ୍ଷକ ଅରୁଣ କୁମାର ଭୋଇ ଓ ଅନ୍ଯ କର୍ମଚାରୀ ଉକ୍ତ ରାସ୍ତାରେ ପେଟ୍ରୋଲିଂ ବେଳେ ଏକ ମାରୁତି କାରକୁ ଅଟକାଇ ଯାଞ୍ଚ କରିବାବେଳେ ସେଥିରେ ଦେଶୀମଦ ଚାଲାଣ ହେଉଥିବା ଦେଖିଥିଲେ। କାରରେ ଥିବା ଚାଳକ ଘଣ୍ଟିଖାଲ ଫାଣ୍ଡି ଅନ୍ତର୍ଗତ ମହାକାଳବସ୍ତ ଗ୍ରାମର ସର୍ବେଶ୍ୱର ପ୍ରଧାନଙ୍କୁ ଗିରଫ କରିବା ସହିତ ଗାଡି ଓ ମଦ ଜବତ କରିଥିଲେ । ଗିରଫ ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।
Popular Categories



