www.samajalive.in
Friday, December 5, 2025
26.1 C
Bhubaneswar

ଆଜି ସୁଭଦ୍ରା ତୃତୀୟ କିସ୍ତି

ଭୁବନେଶ୍ବର : ଆଜି ରାଖି ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି ଟଙ୍କା। କୋରାପୁଟ ଜିଲାର ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଟମ ଦବାଇ ୧ କୋଟିରୁ ଊର୍ଦ୍ଧ୍ବ ସୁଭଦ୍ରା ଭଉଣୀଙ୍କୁ ତୃତୀୟ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ବ୍ୟାଙ୍କ ଖାତାକୁ ପ୍ରଦାନ କରିବେ। ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଜିଲା ଗସ୍ତ ଅବସରରେ କୋଟିଆ ଗାଁକୁ ଯାଇଛନ୍ତି। କୋଟିଆର ପ୍ରତି ଘରେ ହିତାଧିକାରୀଙ୍କ ପାଖରେ କିପରି ସୁଭଦ୍ରା ଟଙ୍କା ପହଞ୍ଚିବ ସେଥିପ୍ରତି ଦୃ‌ଷ୍ଟି ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ତାଙ୍କ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଗ୍ରାମୀଣ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିଛି ସୁଭଦ୍ରା ଯୋଜନା। ଅଗଷ୍ଟ ୯ ରାଖି ପୂର୍ଣ୍ଣିମା ଅବସରରେ ଏଥିରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଫର୍ଦ। ମହିଳାଙ୍କ ସମୃଦ୍ଧି ଜରିଆରେ ରାଜ୍ୟ ଓ ଦେଶର ଉନ୍ନତି ପାଇଁ ସଂକଳ୍ପବଦ୍ଧ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା
ଯୁବତୀ/ମହିଳା ନୂତନ କରି ଆବେଦନ କରିବାକୁ ଥିବାବେଳେ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଉପରେ ପୁଣିଥରେ ସର୍ବେକ୍ଷଣ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ସୁଭଦ୍ରା ପହଞ୍ଚିବ ସେନେଇ ଯୋଜନାକୁ କ୍ରିୟାନ୍ବୟନ କରିବାକୁ ସରକାର ଲଗାତାର ଭାବେ ପ୍ରୟାସ କରୁଥିବା ସେ ପ୍ରକାଶ କରିଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories