www.samajalive.in
Friday, December 5, 2025
17.1 C
Bhubaneswar

ମେଲେରିଆ ଓ ଡେଙ୍ଗୁ ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ମେଲେରିଆ ଏବଂ ଡେଙ୍ଗୁ ରୋଗର ନିରାକରଣ ବାବଦରେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି। ଜନସ୍ବାସ୍ଥ୍ୟ ସମସ୍ୟା, ମେଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟରବାହିତ ରୋଗ ଦୂର କରିବାରେ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ।
ମେଲେରିଆ ଏବଂ ଡେଙ୍ଗୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ତରଫରୁ ହେଉଥିବା ଔଷଧଯୁକ୍ତ ମଶାରି ବଣ୍ଟନ, କୀଟନାଶକ ସ୍ପ୍ରେ ବ୍ୟବସ୍ଥା ବାବଦରେ ସେ ପଚାରି ବୁଝିଥିଲେ। ଅଧିକ ରୋଗୀ ଥିବା ମେଲେରିଆପ୍ରବଣ ଅଞ୍ଚଳ ଜିଲାପାଳଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ଆବାସିକ ସ୍କୁଲ, ମେଲେରିଆପ୍ରବଣ ଅଞ୍ଚଳ, ପ୍ରବାସୀ ଶ୍ରମିକଙ୍କୁ ସ୍କ୍ରିନିଂ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହ ଟେଷ୍ଟ ବଢ଼ାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ। ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ୧.୫୭ କୋଟି ଔଷଧ ଯୁକ୍ତ ମଶାରି ଯୋଗାଇବାକୁ ଯାଉଛନ୍ତି। ଏହାକୁ କ୍ଷେତ୍ରସ୍ତରରେ ଅଧିକାରୀମାନେ ତଦାରଖ କରିବା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ବୈଠକରେ ଅନୁଗୋଳ, ଭଦ୍ରକ, ବାଲେଶ୍ବର, ବୌଦ୍ଧ, କଟକ, ଗଞ୍ଜାମ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ, ଏବଂ ସୁନ୍ଦରଗଡ଼ ଜିଲାର ଅଧିକାରୀ ଆଭାସି ମଧ୍ୟମରେ ଯୋଡ଼ି ହୋଇଥିଲେ।

ଦେଖନ୍ତୁ ଭିଡିଓ; ଡେଲିଭରି ବଏକୁ ଚାପୁଡା ପରେ ଚାପୁଡା ମାରିଲେ, ଜାଣନ୍ତୁ କାରଣ..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories