www.samajalive.in
Sunday, December 14, 2025
26.1 C
Bhubaneswar

ବିପଦସଙ୍କୁଳ ନୂଆ ବ୍ରାହ୍ମଣୀ ସେତୁ

ପରଜଙ୍ଗ: ଢେଙ୍କାନାଳ-ଅନୁଗୋଳ ଜିଲାକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁ ନିମ୍ନମାନର ହୋଇଥିବାରୁ ଭୁଶୁଡି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପରଜଙ୍ଗ ବାଇପାସ୍ ଓ ଘୋଡାଡିଆ ନାଳ ପୋଲ ରାସ୍ତା ନିର୍ମାଣ ଶେଷ ହୋଇନଥିଲେ ମଧ୍ୟ ଖଇରାମୁଣ୍ଡା ଠାରେ ଟୋଲ ଫି ଆଦାୟ ହେଉଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଟୋଲ ଫି ଆଦାୟ ବନ୍ଦ ସହିତ ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପଦକ୍ଷେପ ନ ହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବା ବୋଲି ସେମାନେ ଚେତାବନୀ ଦେଇଛନ୍ତି। ୫୩ ନମ୍ବର ଜାତୀୟ ରାଜପଥର ତାଳଚେର – କାମାକ୍ଷାନଗର – ଡ଼ୁବୁରୀ – ଚଣ୍ଡିଖୋଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ୨୦୧୯ରେ ଶିଳାନ୍ୟାସ ହୋଇଥିଲା। ରାସ୍ତା ନିର୍ମାଣ ୨୦୨୧ ଅଗଷ୍ଟରେ ସମ୍ପୂର୍ଣ୍ଣ ନିମନ୍ତେ ସମୟସୀମା ଧାର୍ଯ୍ୟ ରହିଥିଲା। କୋଭିଡ ଯୋଗୁଁ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା। ତରବରିଆ ଭାବେ ଜଟିଆ ବ୍ରାହ୍ମଣୀ ପୋଲ ନିର୍ମାଣକୁ ଅତି ନିମ୍ନମାନର କାର୍ଯ୍ୟ କରି ସାରିଥିଲେ। ପରଜଙ୍ଗ ବାଇପାସ୍ ଓ ଘୋଡାଡିଆ ନାଳ ପୋଲ ରାସ୍ତା ନିର୍ମାଣ ଶେଷ ହୋଇନଥିଲେ ମଧ୍ୟ ଖଇରାମୁଣ୍ଡା ଠାରେ ଟୋଲ ଫି ଆଦାୟ ହେଉଛି। ବ୍ରାହ୍ମଣୀ ପୋଲ ନିର୍ମାଣ ହେଉଥିବା ସମୟରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ଜାତୀୟ ରାଜପଥର ମୁଖ୍ୟ କାର୍ଯ୍ୟାଳୟରୁ ଅଧିକାରୀ ମାନେ ନାମକୁ ମାତ୍ର ତଦାରଖ କରିଥିଲେ। ନୂତନ ସେତୁ ଉପରେ କିଛି ମାସ ଗାଡି ଚଳାଚଳ କରିବା ଫଳରେ ସେତୁର ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିଲା। ସେତୁଟିର ଅବସ୍ଥା ଶୋଚନୀୟ ହୋଇପଡିବାରୁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଥିଲା। ପରେ ଜଗ୍ ଲଗାଇ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ସେତୁ ମରାମତି କାର୍ଯ୍ୟ ଶେଷ ହୋଇନଥିବାବେଳେ ଟୋଲ ଫି ଆଦାୟ କରିବାକୁ ଧାର୍ଯ୍ୟ ରହିଛି। ଏଠି ଯାଜପୁର – ଢେଙ୍କାନାଳ – ଅନୁଗୋଳ ଜିଲାର ଏକମାତ୍ର ସଂଯୋଗକାରୀ କୁହାଯାଉଥିବା ବ୍ରାହ୍ମଣୀ ନୂତନ ପୋଲ ସଠିକ୍ ଭାବେ ନିର୍ମାଣ କରାନଯାଇ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ସେତୁରେ ଭାରୀଯାନ, ବସ୍, କାର୍ ଚଳାଚଳ ପାଇଁ ସୁବନ୍ଦୋବସ୍ତ ନଥାଇ ଟୋଲ ଫି ଆଦାୟ ନିଷ୍ପତ୍ତିକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଘୋଡାଡିଆ ନାଳ ପୋଲ, କୁନାଲ ଅସ୍ଥାୟୀ ଶିବିର ରାସ୍ତା, ପିତିରି ଛକ ପାର୍ଶ୍ବ ରାସ୍ତା ସମେତ ବ୍ରାହ୍ମଣୀ ନଦୀ ନୂତନ ପୋଲ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ସାରିବା ପରେ ଟୋଲ ଫି ଆଦାୟ କରିବାକୁ ଦାବି କରିଛନ୍ତି। କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଟୋଲ ଫି ଆଦାୟ ସ୍ଥଗିତ ରଖାନଗଲେ  ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ ଚେତାବନୀ ଦେଇଛନ୍ତି। ଏଥିପ୍ରତି ଜିଲାପାଳ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories