www.samajalive.in
Wednesday, December 10, 2025
14.1 C
Bhubaneswar

କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ

କୁଜଙ୍ଗ:କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରରେ ବୁଧବାର ରାତିରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି।
ବିଦ୍ୟୁତ ସର୍ଟ ସର୍କିଟ  କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି। ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ମେଡିକାଲ ପୁରାତନ ଅନ୍ତର୍ବିଭାଗକୁ କୋଭିଡ୍‌ ସମୟରେ ମରାମତି କରାଯାଇ ଷ୍ଟୋର ରୁମ୍ ଓ କୋଭିଡ୍‌ ଟିକାକରଣ ଆଦି ପରିଚାଳନା କରାଯାଉଥିଲା। ସେହିପରି ମେଡିକାଲ ପରିସରରେ ଥିବା ପରିତ୍ୟକ୍ତ ୫ ବଖରା ଗୃହ ଭଙ୍ଗାଯାଇ ମୂଲ୍ୟବାନ କାଠ, ଝରକା କବାଟ ଆଦି ସଂରକ୍ଷିତ କରାଯାଇ ରଖାଯାଇଥିଲା। ଗୃହରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ମଣ୍ଡଳ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ନାୟକ ଓ ଅନ୍ୟଜଣେ ସହଯୋଗୀ ସେହି ଘର ମଧ୍ୟରେ ରହିଥିବା ଦୁଇଟି ବାଇକ ଓ ଅନ୍ୟକିଛି ସାମଗ୍ରୀ ଉଦ୍ଧାର କରିଥିଲେ। ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏ ନେଇ ସିଡିଏମଓ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ପୁରାତନ ପରିତ୍ୟକ୍ତ ଗୃହ ସର୍ଟସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା କହିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories