www.samajalive.in
Saturday, December 13, 2025
26.1 C
Bhubaneswar

ବିଦ୍ୟାଳୟର ଉନ୍ନତି ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ  : ନୂତନ ଭାବେ ଯୋଗଦେଇଥିବା କନ୍ଧମାଳ ଜିଲାପାଳଙ୍କୁ ଆଜି ବାଲିଗୁଡ଼ା ବ୍ଳକ ସ୍ତରୀୟ ପଂଚାୟତ ପ୍ରତିନିଧି ମାନଙ୍କ ପକ୍ଷରୁ ସାକ୍ଷାତ କରାଯିବା ସହିତ ବ୍ଳକର ବିଭିନ୍ନ ସମସ୍ୟା ଉପରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପ୍ରକାରେ , ବାଲିଗୁଡା ବ୍ଲକ ଅଧିନସ୍ଥ ବିଦ୍ୟାଳୟ ଗୁଡିକରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ଓ ଭାଙ୍ଗି ରୁଜି ଯାଇଥିବା ଶ୍ରେଣୀ ଗୃହକୁ ମରାମତି କରାଯିବା  ନେଇ ଉଲ୍ଲେଖ କରାଯାଇଛି । ଅନେକ ସ୍ଥାନରେ ବିଦ୍ୟାଳୟ କାନ୍ଥ ଭୁଶୁଡି ଛାତ୍ର ଛାତ୍ରୀଙ୍କ ବହୁମୂଲ୍ୟ ଜୀବନ ଚାଲିଯାଉଛି । ଏହି ଅଳ୍ପ ଦିନ ବାଲିଗୁଡା ବ୍ଲକ ଅଧିନସ୍ଥ ନାଡ଼ାପାଟାଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାନ୍ଥ ଭୁଶୁଡି ଯାଇଥିଲା, ତେବେ ୭୭ ପିଲା ଅଳ୍ପକେ ବର୍ତ୍ତିଥିଲେ। ତେଣୁ ଛାତ୍ର ଛାତ୍ରୀଙ୍କ ବହୁମୂଲ୍ୟ ଜୀବନର ସୁରକ୍ଷା ନିମନ୍ତେ ଦୀର୍ଘବର୍ଷ ଧରି ନିର୍ମାଣ ହୋଇଥିବା ଶ୍ରେଣୀ ଗୃହକୁ ଚିହ୍ନଟ କରି ମରାମତି , ନୂତନ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ , ଅତିପୁରୁଣା ରୋଷେଇ ଗୃହର ପୁନର୍ନିମାଣ ପାଇଁ ଦାବୀ କରାଯାଇଛି।

ବାରଖମା ପଞ୍ଚାୟତ ମଧ୍ୟରେ ଥିବା ବିଦ୍ୟାଳୟ ଗୁଡିକର ଉନ୍ନତି କରଣ ଓ ଆବଶ୍ୟକ ଭିତ୍ତିଭୂମି ପୂରଣ କରାଯିବାପାଇଁ ମଧ୍ୟ ଏକ ଦାବିପତ୍ର ବାରଖମା ସରପଂଚଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ବ୍ଳକ ସ୍ତରୀୟ ପଂଚାୟତ ଜନ ପ୍ରତିନିଧି ପରିଷଦର ସଭାପତି ପ୍ରତାପ ମଲିଙ୍କ ନେତୃତ୍ୱରେ ଉପସଭାପତି ପରମାନନ୍ଦ ନାୟକ , ସଂପାଦକ ଅଶୋକ ମଲିକ, ଯୁଗ୍ମ ସଂପାଦକ ସ୍ୱାଧୀନ ଦିଗାଲ , କୋଷାଧ୍ୟକ୍ଷ ଜାନକୀ କହଁରଙ୍କ ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ, ସଦସ୍ୟମାନେ ସାମିଲ୍ ହୋଇଥିଲେ । ଜିଲାପାଳ ଦାବିପତ୍ର ଗ୍ରହଣ କରିବା ପରେ ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବାଲିଗୁଡ଼ା ବିଡ଼ିଓ ଏବଂ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories