ପାଟଣା – ପାଟଣା ବ୍ଲକ ବନାଞ୍ଚଳ ୪୦ ଟି ହାତୀ ଡେରା ପକାଇଛନ୍ତି । ଏମାନଙ୍କ ମଧ୍ଯ ରୁ ୯ ଟିକିଆ ଦଳ ଟି ତୋରାଣିପୋଖରୀ , ପିପିଳିଆ,ବାଙ୍କପାଟୁଳି ହୋଇ ନରଣପୂର ବିଟ ସାରୁପାଟ ଆଡ଼କୁ ମୁହାଁଇଛନ୍ତି ।
ଅନ୍ୟ ପକ୍ଷରେ ଅଟେଇ ସଂରକ୍ଷିତ ଜଙ୍ଗଲ ରେ ଡେରା ପକାଇଥିବା ୩୧ ଟିକିଆ ହାତୀପଲ ମଙ୍ଗଳବାର ରାତିରେ ଜଙ୍ଗଲ ରୁ ବାହାରି ଗାଁ ମୁହାଁ ହେବା ସହ ପିଛୁଳାବେଡା ଗ୍ରାମ ର ଦୁଷ୍ମନ୍ତ ମହାକୁଡ ଓ ମାର୍କଣ୍ଡ ମୁଣ୍ଡା ଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଛନ୍ତି । ଏହି ହାତୀପଲ ବଣମହୁଲଡିହା ଗ୍ରାମ ର ପାଣ୍ଡବ ମୁଣ୍ଡା,ପଟା ମୁଣ୍ଡା,ସନାତନ ମୁଣ୍ଡା,ଓ ବୁଦ୍ଧିଆ ମୁଣ୍ଡା ଙ୍କ ଘର ଭାଙ୍ଗିଥିବା ଜଣାପଡିଛି।
ଏହି ୨ ଗ୍ରାମ ର ଚାଷ ଜମିରେ ମଧ୍ୟ ହାତୀ ପଲ ବ୍ୟାପକ ଧାନ ତଳି ଓ ରୁଆ ନଷ୍ଟ କରିଥିବା ଜଣାପଡିଛି।ପାଟଣା ବନପାଳ ନିରଞ୍ଜନ ସେଠୀ ,ବନରକ୍ଷୀ ଦେବଜାନୀ ମହାନ୍ତ ଉକ୍ତ ଗ୍ରାମ କୁ ଯାଇ କ୍ଷୟକ୍ଷତି ର ଆକଳନ କରିଥିବା ଜଣାପଡିଛି।



