ରଣପୁରଗଡ : ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଓ ସେବନ ପ୍ରତି ଗାଁ ଠାରୁ ସହର ଯାଏ ବ୍ୟାପିଲାଣି। ଯାହା ଫଳରେ ଚେ।ରି ଭଳି ମାମଲା ବଢିବାରେ ଲାଗିଛି। ଅବକାରୀ ବିଭାଗ କର୍ମଚାରୀ ଅଭାବ ଆଳ ଦେଖାଇ ଚୁପ ବସିଥିବା ବେଳେ ପେ।ଲିସ ପାଇଁ ଚ୍ୟାଲେଞ୍ଜ ହେ।ଇଛି। ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ ବ୍ରାଉନ ସୁଗାର ଉପରେ କଡା ନଜର ରଖିବାକୁ ଥାନା ଫାଣ୍ଡିକୁ ନିର୍ଦେଶ ଦେଇଛନ୍ତି। ରାଜ ସୁନାଖଳା ଫାଣ୍ଡି ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ବିଶ୍ୱସ୍ତ ସୁତ୍ରରୁ ଖବରପାଇ ରାଜ ସୁନାଖଳା ମା କଙ୍କାଳୀ ମନ୍ଦିର ଠାରେ ଅଗଷ୍ଟ ୫ ତାରିଖ ସନ୍ଧ୍ୟାରେ ଚଢାଉ କରିଥିଲେ। ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଡିହଗାର ନିମାଇଁ ଚରଣ ସ୍ୱାଇଁଙ୍କ ପୁଅ ରାଜେନ୍ଦ୍ର କୁମାର ସ୍ୱାଇଁ ଓରଫ ରାଜୁକୁ ଗିରଫ କରି ତାଠାରୁ ୨୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ଜଣାପଡିଛି। ପେ।ଲିସ ସୂଚନା ଅନୁଯାୟୀ ଜବତ ବ୍ରାଉନ ସୁଗାର ମୁଲ୍ୟ ତିନି ଲକ୍ଷ ଟଙ୍କା ହେବ। ଅଭିଯୁକ୍ତ ରାଜୁକୁ କେ।ର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
Popular Categories



