ଫୁଲବାଣୀ :ଜନସାଧାରଣଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ସାମୁଦାୟିକ ସମ୍ପର୍କ ବୃଦ୍ଧି କରିବା ପାଇଁ ପଦକ୍ଷେପ ସ୍ୱରୂପ କନ୍ଧମାଳ ପୁଲିସ ପକ୍ଷରୁ ପାଇଲଟ୍ ପ୍ରୋଜେକ୍ଟ ବାଇକ ପାଟ୍ରୋଲିଂ ୟୁନିଟ୍ ଆରମ୍ଭ କରାଯାଇଛି। ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳ ଏବଂ ଏହାର ପରିଧିରେ ଏହି ୟୁନିଟ କାର୍ଯ୍ୟକାରୀ ହେବ। ପ୍ରାଥମିକ ଭାବେ ୩ ମୋଟର ସାଇକେଲ ପାଟ୍ରୋଲିଂ ବାହିନୀର ଶୁଭାରମ୍ଭ କରାଯାଇଛି।
ଏହି ଦାୟିତ୍ୱରେ ଥିବା ପୁଲିସ ଅଧିକାରୀମାନେ ମୋଟର ସାଇକେଲରେ ପ୍ରମୁଖ ସହରାଞ୍ଚଳରେ ପାଟ୍ରୋଲିଂ କରିବେ। ଜନଗହଳିପୂର୍ଣ୍ଣ ସହରାଞ୍ଚଳ ପରିବେଶକୁ ପ୍ରଭାବଶାଳୀ ଭାବରେ ନାଭିଗେଟ୍ କରିବା, ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ଏବଂ ସହର ବାସିନ୍ଦା ଓ ବିଭିନ୍ନ ନାଗରିକ ସମାଜ ସହିତ ଜଡିତ ହେବା ପାଇଁ ଇ-ବିଟ୍ ଟେକ୍ନୋଲୋଜି ଆପ୍ ଜରିଆରେ ଏମାନଙ୍କୁ କଠୋର ତାଲିମ ଦିଆଯାଇଛି। ଏହା ସାଧାରଣ ଲୋକଙ୍କ ପାଇଁ ଅଧିକ ଦୃଶ୍ୟମାନ ହେବା ସହ କଷ୍ଟକର ଅଞ୍ଚଳଗୁଡ଼ିକୁ ଶୀଘ୍ର ପ୍ରବେଶ କରିବାରେ ସହାୟକ ହେବ ବୋଲି ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି।
ବିଶେଷ କରି ନୂତନ ମେଡ଼ିକାଲ୍ କଲେଜ ରାସ୍ତା , ବୌଦ୍ଧ ରାସ୍ତା , ଗୋଛାପଡ଼ା ରାସ୍ତା ଏବଂ ଖଜୁରିପଡ଼ା ରାସ୍ତାରେ ଏହି ମଟର ସାଇକଲ ପାଟ୍ରୋଲିଂ ବ୍ୟବସ୍ଥାକୁ ଅହରଣ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ସହରର ବିଦ୍ୟାଳୟ ଛୁଟି ସମୟରେ ଯେଉଁ ଷ୍ଟ୍ରିଟ୍ ରୋମିଓ ମାନେ ନାନା ପ୍ରକାର ହଇରାଣ କରୁଥିବାର ଅଭିଯୋଗ ହେଉଛି ସେ ଦିଗରେ ମଧ୍ୟ ଏହି ପେଟ୍ରୋଲିଂ ମାଧ୍ୟମରେ ସାବାଡ଼୍ କରାଯିବା ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିମଳନୀରେ ସୂଚନା ଦିଆଯାଇଚି । ଫୁଲବାଣୀ ସହରକୁ ୧୩ଟି ବିଟ୍ରେ ବିଭକ୍ତ କରାଯାଇ ଏହି ପାଟ୍ରୋଲିଂ ଆଜି ରାତ୍ରରୁ ଆରମ୍ଭ ହୋଇଥିବା ବେଳେ ଏହା ପ୍ରଥମ ଥର ପାଇଁ କନ୍ଧମାଳ ଜିଲାର ସଦର ମହକୁମାରେ ଆରମ୍ଭ ହୋଇଥିବା ବେଳେ ଏହା ସଫଳତା ପରେ ଜିଲାର ଅନ୍ୟ ଥାନା ମାନଙ୍କରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ ବୋଲି ଏସ୍.ପି ପ୍ରକାଶ କରିଛନ୍ତି । ସ୍ଥାନୀୟ ଟାଉନ ଥାନା ପରିସରରେ କନ୍ଧମାଳ ଏସପି ହରିଶ ବି ସି ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ବାଳ, ଥାନା ଅଧିକାରୀ ପି ସ୍ବରୂପ କିଶନ ଓ ଅନ୍ୟ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ।



