www.samajalive.in
Saturday, December 13, 2025
18.1 C
Bhubaneswar

ଗ୍ରାମାଞ୍ଚଳରେ ଋତୁସ୍ରାବ ସ୍ବଚ୍ଛତା ପାଇଁ ବେଦାନ୍ତର ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ

ସୁନ୍ଦରଗଡ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଏକ ସପ୍ତାହ ବ୍ୟାପୀ ପ୍ରୟାସର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଜାମକାନି, କୁରାଲୋଇ ଏବଂ ଘୋଘରପାଲିର ୧୮ରୁ ଅଧିକ ସ୍କୁଲରେ ପହଞ୍ଚିଥିଲା । ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୧,୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ।

ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିଷୟରେ ବିସ୍ତୃତ ଆଲୋଚନା, ସଚେତନତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆନ୍ତରିକ ଶିକ୍ଷା ଅଧିବେଶନ, ହିଟବ୍ୟାଗ ଏବଂ ‘ମାସିକଋତୁସ୍ରାବ’ ଶିକ୍ଷା ପୁସ୍ତିକା ଭଳି ସମ୍ବେଦନଶୀଳତା ସାମଗ୍ରୀ ବଣ୍ଟନ  କରାଯାଇଥିଲା। ଏହି ଅଧିବେଶନରେ ବେଦାନ୍ତର କର୍ମଚାରୀ ଓ ସ୍ୱେଚ୍ଛାସେବିମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯାହା ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ ପରିବର୍ତ୍ତନ ଏବଂ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ସଚେତନତାର ଗୁରୁତ୍ୱ ଉପରେ ଅବଗତ କରାଇବା ପାଇଁ ସାହାଯ୍ୟ କରିଥିଲା।

- Advertisement -

ଏହି କାର୍ଯ୍ୟକ୍ରମର ପ୍ରଭାବ ଉପରେ ଆଲୋକପାତ କରି ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି କି ଏକ ସୁସ୍ଥ ଏବଂ ନିୟନ୍ତ୍ରିତ ସମାଜ ଗଠନ ପାଇଁ ସମ୍ପ୍ରଦାୟ ସ୍ୱାସ୍ଥ୍ୟ ଏବଂ ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ। ନିରନ୍ତର ଏବଂ ଅନ୍ତର୍ଭୁକ୍ତ ପ୍ରୟାସ ମାଧ୍ୟମରେ, ଆମେ ମହିଳା ଏବଂ କିଶୋରୀମାନଙ୍କୁ ଉପଯୁକ୍ତ ଜ୍ଞାନ ଏବଂ ଆବଶ୍ୟକୀୟ ସମ୍ବଳ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ଯାହାଦ୍ୱାରା ସେମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରିବେ ବୋଲି ସେ କହିଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories