www.samajalive.in
Saturday, December 13, 2025
26.1 C
Bhubaneswar

୧ରେ ୩୬ ଶୂନ, ଯୁବକଙ୍କ ଆକାଉଣ୍ଟକୁ ଆସିଲା ଏତେ ଟଙ୍କା

ନୂଆଦିଲ୍ଲୀ :  ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚାନକ କୋଟି କୋଟି ଟଙ୍କା ଚାଲିଆସିବ ତେବେ ଆପଣ କ’ଣ କରିବେ ? ଏମିତି କିଛି ହୋଇଛି ଗ୍ରେଟର ନୋଏଡାର ୨୦ ବର୍ଷୀୟ ଦୀପକଙ୍କ ସହିତ । କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଦୀପକଙ୍କ ମା’ଙ୍କ ଖାତା ଥିଲା । ମା’ଙ୍କ ଦେହାନ୍ତ ପରେ ଦିନେ ଅଚାନକ ତାଙ୍କ ଖାତାକୁ ୧ ସେପ୍ଟିଲିୟନ ଟ୍ରିଲିୟନ୍ ଟଙ୍କା ଆସିଲା । ଏହି ରାଶି ଏତେ ବଡ ଯେ ୧ ଆଗରେ ୩୬ଟି ସଂଖ୍ୟା ଲେଖିବାକୁ ହେବ । ଅର୍ଥାତ୍ ସମୁଦାୟ ୩୭ ସଂଖ୍ୟା ବିଶିଷ୍ଟ ରାଶି ତାଙ୍କ ମା’ଙ୍କ ଖାତାକୁ ଆସିଥିଲା । ତେବେ ଏହି ଘଟଣା ପରେ ସେହି ଖାତାକୁ ଫ୍ରିଜ୍ କରିଦିଆଯାଇଛି ଏବଂ ଘଟଣାର ଯାଞ୍ଚ ଚାଲିଛି ।

ତେବେ ଖବରଟି ଭାଇରାଲ ହେବାରେ ଲାଗିଛି । ସାମାଜିକ ଗଣମାଧ୍ୟମରେ ସେହି ରାଶିର ଫଟୋ ଭାଇରାଲ ହେବା ପରେ ସମସ୍ତେ ଚକିତ ହୋଇଛନ୍ତି । ଅନ୍ୟପଟେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଭାଇରାଲ ଖବରରେ ବୟାନ ଜାରି କରି କହିଛି କି ଉପଭୋକ୍ତାଙ୍କ ଖାତାକୁ ଆସିଥିବା ଏହି ରାଶି ଖବର ଭୁଲ୍ । ଗ୍ରାହକ ନିଜ ଖାତାର ସୂଚନା ମୋବାଇଲ ବ୍ୟାଙ୍କ ଆପ୍ ବା ନେଟ୍ ବ୍ୟାଙ୍କିଂ ଜରିଆରେ ଯାଞ୍ଚ କରିବା ପାଇଁ ବ୍ୟାଙ୍କ ଅନୁରୋଧ କରିଛି ।

- Advertisement -

ସୂଚନା ଅନୁସାରେ ଦୀପକଙ୍କ ମା ଗାୟତ୍ରୀ ଦେବୀଙ୍କ ୨ ମାସ ତଳେ ପରଲୋକ ହୋଇଥିଲା । ୩ ଅଗଷ୍ଟ ରାତିରେ ଏକ ଦୀପକଙ୍କୁ ଏକ ନୋଟିଫିକେସନ୍ ମିଳିଥିଲା ଯେଉଁଥିରେ ୧.୧୩ ଲକ୍ଷ କୋଟି ଟଙ୍କା ଜମା ହୋଇଥିବା ଜଣାପଡିଥିଲା । ଚିନ୍ତିତ ହୋଇ ସେ ନିଜ ସାଙ୍ଗକୁ ଏହାର ଏକ ସ୍କ୍ରିନସଟ୍ ପଠାଇ ଶୂନ ଗଣିବାକୁ କହିଥିଲେ । ଏହା ପରେ ଏହି ଖବର ଭାଇରାଲ ହୋଇଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories