www.samajalive.in
Saturday, December 6, 2025
26.1 C
Bhubaneswar

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଧୀନ ପୂର୍ବତଟ ରେଳପଥ ଉତ୍ତର କେବିନ ନିକଟ ଗୋଲାଗଣ୍ଡିପଲ୍ଲୀ ଗେଟ ପାଖରେ ଘଟିଥିବା ଏକ ନୃଶଂସ ହତ୍ୟାକାଣ୍ଡ ଘଟଣାର ପୋଲିସ ପର୍ଦାଫାଶ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କନକା ପଞ୍ଚାୟତର ଏଚ ବାହାଡ଼ାପଲ୍ଲୀ ଗ୍ରାମର ବି. ଗୁରୁବାରିଆ ପ୍ରଧାନଙ୍କ ପୁଅ ବି. ମନୁ ପ୍ରଧାନଙ୍କୁ ହତ୍ୟା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚଲାଣ କରିଛି। ସେମାନେ ହେଲେ କେଶବ ପ୍ରଧାନ, ଜୟ ପ୍ରଧାନ ଅଟନ୍ତି । ରମ୍ଭା ପୋଲିସ ଘଟଣା ଅଧିକ ତଦନ୍ତ ଜାରିରଖିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ବି. କେଶବ ପ୍ରଧାନ, ଜୟ ପ୍ରଧାନ ଓ ଅନ୍ୟ ଜଣେ ବ୍ୟକ୍ତି ପୂର୍ବ ଶତ୍ରୁତାରୁ ଯୋଜନାବଦ୍ଧ ଭାବେ ମନୁଙ୍କୁ ରେଳପଥ ଗେଟ ନିକଟରେ ଜଗି ରହି ଆକ୍ରମଣ କରିଥିଲେ। ମୃତ ମନୁ ବାହାଡା ପଲି ଗ୍ରାମର ସଭାପତି ଥିବାବେଳେ ଜୟ ପ୍ରଧାନଙ୍କୁ ବାସନ୍ଦ କରାଯାଇଥିଲା। ଏହା ସହିତ କେଶବଙ୍କ ଦାଦା ମନୁଙ୍କ ସହିତ ଜମି ଝଗଡ଼ା ବିବାଦ ଥିଲା। ଏହି ସବୁ କାରଣରୁ ଶତ୍ରୁତା ସୃଷ୍ଟି ହୋଇଥିଲା । ଫଳରେ ଅଭିଯୁକ୍ତମାନେ ଖଣ୍ଡା ଓ ଲୁହା ରଡ଼ ଦ୍ୱାରା ମନୁଙ୍କୁ ହତ୍ୟା କରିଥିଲେ। ଜୟ ପ୍ରଧାନ ଘଟଣାସ୍ଥଳକୁ ଯାଇ ଘଟଣାର କିଭଳି ହେବ ତାହାର ଯୋଜନା କରିଥିଲା । ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଅସ୍ତ୍ରଗୁଡ଼ିକୁ ପୋଲିସ ଜବତ କରିଛି ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories