www.samajalive.in
Saturday, December 6, 2025
26.1 C
Bhubaneswar

ଦେଶୀ ଚୁନାମାଛର ବଢୁଛି ଚାହିଦା ହେଲେ ଅଭାବ

ରଣପୁରଗଡ: ମଧୁମେହ ଓ ହୃଦରୋଗୀଙ୍କ ସଂଖ୍ୟା ଦିନକୁ ଦିନକୁ ଦିନ ବଢିବାରେ ଲାଗିଛି। ମାତ୍ର ଯେଉଁମାନେ ଆମିଷ ସେବନ କରନ୍ତି ଡାକ୍ତର ସେମାନଙ୍କୁ ଚୁନାମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି। ରଣପୁର ଅଞ୍ଚଳରେ କୃଷକମାନେ ଜମିବାଡ଼ିରୁ ଆଷାଢ, ଶ୍ରାବଣ, ଭାଦ୍ରବ, ଆଶ୍ୱିନ କାର୍ତ୍ତିକ ମାସରେ ଦେଶୀ ମାଛଧରା ଯନ୍ତ୍ର ବଜା, କହୁଣିଆ ଓ ମୁଗୁରା ଆଦି ବସାଇ ପ୍ରବଳ ଚୁନାମାଛ ଧରିଥାନ୍ତି। ଏପରିକି ଚୁନାମାଛକୁ ଶୁଖାଇ ପିତାଶୁଖୁଆ କରି ବର୍ଷଯାକ ସାଇତି ରଖି ଖାଇଥାନ୍ତି। ମନ୍ଦାକିନୀ ନଦୀରେ ରାମେଶ୍ୱରଠାରେ ବନ୍ଧ ହେବା ପରେ ରଣପୁର ଅଞ୍ଚଳରେ ଦେଶୀ ଚୁନା ମାଛର ଅଭାବ ହେଉଥିବା ବେଳେ ସାର କୀଟନାଶକ ଔଷଧ ଅଭାବକୁ ଦ୍ୱିଗୁଣିତ କରିଛି। କିନ୍ତୁ ଚାନ୍ଦପୁରଅଞ୍ଚଳ ନଦୀ ଚିଲିକା ସହ ସଂଯୁକ୍ତ ଥିବାରୁ ପ୍ରତିଦିନ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ର ସାମନା ରାସ୍ତା କଡରେ ଚୁନାମାଛ କେରାଣ୍ଡି, ଦଣ୍ଡେଇ, ମହୁରାଡି, କଣ୍ଟିଆ, କଉ, ତୋଡି, ମାଗୁର ଓ ଦେଶୀ ଚିଙ୍ଗୁଡ଼ି ଆଦି ବିକ୍ରୟ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ରଣପୁର ୧୬ କିଲୋମିଟର ଦୂର ହୋଇଥିଲେ ମଧ୍ୟ ଲୋକମାନେ ଚୁନାମାଛ ପାଇଁ ସକାଳୁ ଚାନ୍ଦପୁର ଯାଉଛନ୍ତି। ଚାହିଦା ଯୋଗୁ ଦାମ ଅଧିକ ରହୁଛି। ସାର ଓ କୀଟନାଶକ ପ୍ରୟୋଗ ବନ୍ଦ ନହେଲା ପର୍ଯ୍ୟନ୍ତ ଏଭଳି ଚୁନାମାଛ ଅଭାବ ରହିବ ବୋଲି ଖାଉଟିମାନେ କହୁଛନ୍ତି।

ଆଉ ଅଳ୍ପ ଦିନ.. ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିଙ୍କୁ ମିଳିବ ବଡ ଲାଭ, ହେବ ବିବାହ, ଚମକିବ ଭାଗ୍ୟ..

ଦେଖନ୍ତୁ ଭୟଙ୍କର ଦୃଶ୍ୟ.. ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ ; ବାଦଲଫଟା ବର୍ଷା, ଭୂସ୍ଖଳନ ପରେ ମାଡି ଆସିଲା ପାଣି

- Advertisement -

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories