www.samajalive.in
Sunday, December 7, 2025
14.1 C
Bhubaneswar

ବୈଦେଶିକ ମନ୍ତ୍ରୀ ପରିଷଦ ଅଧିବେଶନରେ ଯୋଗଦେବେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଇସ୍‍ଲାମିୟ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀ ପରିଷଦର ୪୬ତମ ଅଧିବେଶନ ମାର୍ଚ୍ଚ ପହିଲା ଓ ଦୁଇ ତାରିଖରେ ଆବୁଧାବିରେ ଅନୁଷ୍ଠିତ ହେବ। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସେଠାକୁ ସମ୍ମାନୀୟ ଅତିଥିଭାବେ ଆମନ୍ତ୍ରିତ ହୋଇଛନ୍ତି। ପୂର୍ଣ୍ଣାଙ୍ଗ ଅଧିବେଶନରେ ସେ ଉଦ୍‍ବୋଧନ ଦେବେ। ପ୍ରଥମ ଥର ପାଇଁ ଜଣେ ଅଣ-ମୁସଲିମ ଦେଶର ନେତାଙ୍କୁ ସେହି ଅଧିବେଶନକୁ ଡକାଯାଇଛି। ମିଳିତ ଆରବ ଏମିରେଟ୍‍ ବୈଦେଶିକ ମନ୍ତ୍ରୀ ଶେଖ୍‍ ଅବଦୁଲ୍ଲା ବିନ୍‍ ଜୈଏଦ୍‍ ଅଲ୍‍ ନାହିଆଁଙ୍କ ଆମନ୍ତ୍ରଣ କ୍ରମେ ସେ ଏହି ଦୁଇଦିନିଆ ବୈଠକରେ ଯୋଗଦେବେ। ଏକ ବିବୃତ୍ତିରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଆମନ୍ତ୍ରଣ ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଆଗକୁ ଆଗେଇ ନେବ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories