www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଅଧ୍ୟାପିକାଙ୍କୁ ଚପଲରେ ପିଟିଲେ ଛାତ୍ରୀ

ନୂଆଦିଲ୍ଲୀ : ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ମଧ୍ୟରେ ସମ୍ପର୍କର ଖୁବ୍‌ ମହତ୍ତ୍ୱ ରହିଥିବା ସହ ସମ୍ମାନୀୟ ମଧ୍ୟ । କୁହାଯାଏ ବାପା-ମାଆଙ୍କ ପରେ ଶିକ୍ଷକଙ୍କ ହାତରେ ପିଲାଙ୍କ ଭବିଷ୍ୟତ ରହିଛି । ଶିକ୍ଷିତ କରିବା ସହ ଅଜ୍ଞାନରୂପକ ଅନ୍ଧକାରକୁ ଗୁରୁ ଦୂର କରି ଥାନ୍ତି । ଅନେକ ସମୟରେ ଗୁରୁ ଛାତ୍ରଛାତ୍ରୀଙ୍କୁ ସଠିକ୍‌ ରାସ୍ତାକୁ ଆଣିବା ପାଇଁ କଠୋର ମଧ୍ୟ ହୋଇଥାନ୍ତି । ତେବେ ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବା ସହ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଭିଡିଓଟି ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।


ଭିଡିଓରେ ଦେଖିପାରିବେ, ଜଣେ ଛାତ୍ରୀ ନିଜ କଲେଜର ଅଧ୍ୟାପିକଙ୍କୁ ହାତ ଉଠାଇବା ସହ ଚପଲରେ ମାଡ ମାରିଥିଲେ । ପ୍ରଥମେ ଅଧ୍ୟାପିକା ଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ମାତ୍ର ପରେ ଅଧ୍ୟାପିକା ମଧ୍ୟ ତାଙ୍କ ବ୍ୟବହାରରେ ବିରକ୍ତ ହୋଇ ହାତ ଉଠାଇଥିଲେ। କିଛି ଅଧ୍ୟାପିକା, କର୍ମଚାରୀ ତାଙ୍କୁ ଅଟକାଇଥିଲେ।
ଏହି ଘଟଣା ଆନ୍ଧ୍ରପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ବୋଲି ଜଣାପଡିଛି । ଏକ ମୋବାଇଲ୍‌ ଫୋନ୍‌ ପାଇଁ ଅଧ୍ୟାପିକା ଓ ଛାତ୍ରୀଙ୍କ ମଧ୍ୟରେ ମାମଲା ବଢିଯାଇଥିଲା । ଅଧ୍ୟାପିକା ଜଣକ ଛାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ ନେବା ପରେ ଛାତ୍ରୀ ଜଣକ ରାଗି ଯାଇ କଲେଜ ପରିବସରରେ ହିଁ ଅଧ୍ୟାପିକାଙ୍କୁ ଗାଳି ଗୁଲଜ କରିବା ସହ ହାତ ଉଠାଇ ଓ ଚପଲରେ ମାଡ ମାରିଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ ଯୁକ୍ତି-ତର୍କ ହୋଇ ପରିସ୍ଥିତି ବିଗିଡି ଯାଇଥିଲା। ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ମେ’ରେ ଶକ୍ତିଶାଳୀ ଯୋଗ : ଏହି ରାଶି ପାଇବେ ସବୁକିଛି, ହେବେ ମାଲାମାଲ୍‌, ବଢିବ ଦରମା, ମିଳିବ ଚାକିରି..

- Advertisement -

ପହଲଗାମ୍‌ ଆକ୍ରମଣ; ୬ଦିନ ଅଞ୍ଚଳକୁ ନଜରରେ ରଖିଲେ, ଆଗେ ଧର୍ମ ପଚାରି, ପରିଚୟ ପତ୍ର ଦେଖି ଗୁଳି ଚାଳନା କଲେ ଆତଙ୍କୀ

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories