www.samajalive.in
Sunday, December 7, 2025
23.1 C
Bhubaneswar

ଆତଙ୍କୀ ହମ୍‌ଲା ହୋଇଛି.. ଜୀବନ ବଞ୍ଚାଇ ଦୌଡ଼ୁଛନ୍ତି ବ୍ୟକ୍ତି, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ପହଲଗାମ୍‌: ଜମ୍ମୁ-କାଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିଚଳିତ କରିବା ଭଳି ଅନେକ ଭିଡିଓ, ଫଟୋ ଓ ଖବର ଲଗାତର ଭାବେ ସାମ୍ନାକୁ ଆସୁଛି। ଘାଟିରେ ସାଧାରଣ ନାଗରିକଙ୍କ ଉପରେ ଏହା ସବୁଠୁ ବଡ଼ ଆତଙ୍କୀ ହମ୍ଲା ବୋଲି କୁହାଯାଉଛି, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଆତଙ୍କବାଦୀ ଆକ୍ରମଣ ପହଲଗାମର ରିସର୍ଟ ସହରରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ବୈସରନ ଘାସ ପଡ଼ିଆରେ ଘଟିଥିଲା। ଏବେ ଆକ୍ରମଣର କିଛି ସମୟ ପୂର୍ବରୁ ବୈସରନ ଘାସ ପଡ଼ିଆରୁ ଜଣେ ବ୍ୟକ୍ତିଙ୍କ ଭିଡିଓ ସାମ୍ନାକୁ ଆସିଛି।


ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓରେ ସେହି ସୁନ୍ଦର ସ୍ଥାନ ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ଏକ ଘାତକ ଆତଙ୍କୀ ହମ୍‌ଲାର କେନ୍ଦ୍ରସ୍ଥଳ ପାଲଟିଛି। ଭିଡିଓରେ ଗୁଳି ଓ ଚିତ୍କାରର ଶବ୍ଦ ଶୁଣିବାକୁ ମିଳିଛି। ଏହି ଶବ୍ଦ ଶୁଣି ଲୋମ ଟାଙ୍କୁରୀ ଉଠୁଛି। ବ୍ୟକ୍ତି ଜଣକ ଆକ୍ରମଣରୁ ବର୍ତ୍ତିବାକୁ ଚେଷ୍ଟା କରୁଛନ୍ତି ଏବଂ କହୁଛନ୍ତି ଯେ, ଆତଙ୍କୀ ହମ୍‌ଲା ହୋଇଛି। ସେ କହୁଛନ୍ତି, ଅଳ୍ପକେ ବର୍ତ୍ତିଯାଇଛି ଏବଂ ତାଙ୍କ ଜୀବନ ରକ୍ଷା କରିଥିବାରୁ ଭଗବାନଙ୍କୁ କୃତଜ୍ଞତା ଜଣାଉଛନ୍ତି। ଏଥିସହ ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories