www.samajalive.in
Sunday, December 14, 2025
26.1 C
Bhubaneswar

ଫେବୃଆରୀ ୨୫ରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବ ରାଷ୍ଟ୍ରୀୟ ସୈନିକ ସ୍ମାରକୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୨୪ ଫେବୃଆରୀ ସଂସ୍କରଣରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆମକୁ ସୁରକ୍ଷିତ ରଖିବା ପାଇଁ ସେମାନେ ବଳିଦାନ ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଶହୀଦଙ୍କ ପରିବାର ପ୍ରତି ସାରା ଦେଶର ସମବେଦନା ରହିଛି ଏବଂ ଏଭଳି ସମୟରେ ଆମକୁ ଏକତ୍ର ହୋଇ ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ହେବ। ଶହୀଦମାନଙ୍କ ବୀରତ୍ୱ ପାଇଁ ଆମେ ଗର୍ବିତ ଏବଂ ସେମାନଙ୍କ ବଳିଦାନ ଆତଙ୍କବାଦର ମୁଳୋତ୍ପାଟନ କରିବା ଦିଗରେ ଆମକୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀଙ୍କୁ ୫୩ତମ ‘ମନ କି ବାତ’ରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇ, ଜାତିବାଦ, ସାମ୍ପ୍ରଦାୟିକତା ଓ ଆଞ୍ଚଳିକତା ଭିତ୍ତିରେ କୌଣସି ବାଛ ବିଚାର ନ କରିବାକୁ କହିଛନ୍ତି। ପୁଲୱାମା ଘଟଣା ଘଟିବାର ମାତ୍ର ୧୦୦ ଘଣ୍ଟା ମଧ୍ୟରେ ଭାରତ ଆଖି ଦୃଷ୍ଟିଆ ପଦକ୍ଷେପ ନେଇଥିବା ସେ କହିଛନ୍ତି। ପୁଲୱାମା ଶହୀଦଙ୍କୁ ସ୍ମରଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଜଗତସିଂପୁର ଜିଲ୍ଲାର ଶହୀଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନାଙ୍କ ବିଷୟରେ ମଧ୍ୟ କହିଛନ୍ତି। ସ୍ୱାଧୀନତା ପରେ ସହୀଦ ସେନାନୀଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଫେବୃଆରୀ ୨୫ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସୈନିକ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories