ରକ୍ଷା ବନ୍ଧନ ବା ରାଖି ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କର ଏକ ଖାସ୍ ପର୍ବ, ଯାହାର ଅପେକ୍ଷା ପୂରା ବର୍ଷ ରହିଥାଏ। ଉପହାର ଦୋକାନଠାରୁ ଆରମ୍ଭ କରି ଚକୋଲେଟ, କେକ୍, କୁକିଜ୍ ଓ ମିଠା ଦୋକାନ ପର୍ଯ୍ୟନ୍ତ, ସବୁଠି ଗହଳି ଚହଳି। ରାଖି ପୂର୍ଣ୍ଣିମା ଭଳି ଦିନରେ ଭଉଣୀକୁ ସବୁବେଳେ ଭାଇଠାରୁ କିଛି ନା କିଛି ଉପହାର ଆଶା ରହିଥାଏ। ଯଦି ଆପଣ ବି ନିଜ ଭଉଣୀକୁ ରାଖିରେ ଉପହାର ଦେବାକୁ ନେଇ ଦ୍ବନ୍ଦ୍ବରେ ରହୁଥାଆନ୍ତି, ତା’ହେଲେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ରାଖିରେ ଆପଣ କେଉଁ ପ୍ରକାର ଉପହାର ଦେବେ।
ଟଙ୍କାର ବୁକେ:- ରାଖିରେ ପ୍ରାୟତଃ ଭାଇମାନେ ଭଉଣୀଙ୍କୁ ଟଙ୍କା ଦେଇଥାନ୍ତି। କିଏ ହାତରେ ଟଙ୍କା ଧରାଇ ଦେଇଥାଏ ତ କିଏ ଖାମରେ ପୂରାଇ ଦେଇଥାଏ। ହେଲେ ଚଳିତ ବର୍ଷ ଆପଣ କିଛି ନିଆରା ଢଙ୍ଗରେ ଭଉଣୀକୁ ଟଙ୍କା ଦେଇ ପାରିବେ। ତାହା ହେଉଛି ଟଙ୍କାର ଫୁଲୋତୋଡା ବା ମନି ବୁକେ। ଏହା ଦେଖିବାକୁ ଆକର୍ଷଣ ଲାଗିବା ସହ କିଛି ନୂଆ ଢଙ୍ଗରେ ଭଉଣୀକୁ ଖୁସି କରିପାରିବ। ଯଦି ଆପଣ ୫୦୦ ଟଙ୍କା ଦେବେ ତେବେ ବୁକେ ପ୍ରସ୍ତୁତ କରିବାରେ ୧୦ କିମ୍ବା ୨୦ ଟଙ୍କିଆ ନୋଟ ବ୍ୟବହାର କରନ୍ତୁ। ଯଦି ଆପଣ ୧୦୦୦ ଟଙ୍କା ଦେବାକୁ ଚାହୁଁଛନ୍ତି ତେବେ ୫୦ କିମ୍ବା ୧୦୦ ଟଙ୍କା ବ୍ୟବହାର କରି ବୁକେ ପ୍ରସ୍ତୁତ କରିପାରିବେ। ଏହା ଆଖିଦୃଶିଆ ଦେଖାଯିବ।
ଇ–ଗିଫ୍ଟ ଭାଉଚର:- ବର୍ତ୍ତମାନ ଦୂରରେ ଥିବା କାରଣରୁ ହେଉ କିମ୍ବା ଭଉଣୀର ପସନ୍ଦ ମୁତାବକ କ’ଣ କିଣିବେ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଅନ୍ଲାଇନ୍ ଗିଫ୍ଟ ଭାଉଚର ଦେଇ ପାରିବେ। ଏହାଦ୍ୱାରା ଆପଣ ନିଜ ବଜେଟ ଅନୁଯାୟୀ ଭଉଣୀକୁ ମନ ପସନ୍ଦର ଗିଫ୍ଟ ବାଛିବାର ସୁଯୋଗ ଦେଇ ଅଧିକ ଖୁସି କରାଇପାରିବେ।
ମେକ୍ଅପ୍ କିଟ୍:- ଝିଅମାନେ ସାଧାରଣତଃ ମେକ୍ଅପ୍ ପ୍ରିୟ ହୋଇଥାନ୍ତି। ତେଣୁ ମେକ୍ଅପ୍ କିଟ୍ କିମ୍ବା କୌଣସି ବ୍ୟୁଟିପାର୍ଲର ସ୍ପେସାଲ କୁପନ୍ ଗିଫ୍ଟ କଲେ ଆପଣଙ୍କ ଭଉଣୀ ନିଶ୍ଚୟ ଖୁସିହେବେ।
ଆସେସରିଜ୍:- ଭଉଣୀର ପସନ୍ଦକୁ ନଜରରେ ରଖି ପେଣ୍ଡାଣ୍ଟ, ରିଙ୍ଗ୍ସ, ନେକ୍ଲେସ, ବ୍ରେସଲେଟ୍ ଭଳି ଅନେକ ପେସ୍ୟାନେବଲ୍ ଆସେସରିଜ୍ ବଜାରରେ ଉପଲବ୍ଧ ହେଉଛି। ଏହିଭଳି କିଛି ଖାସ୍ ଆସେସରିଜ୍ ଆପଣ ଉପହାର ଦେଇପାରିବେ। ଏହାକୁ ଅଧିକ ଆକର୍ଷିତ କରିବା ପାଇଁ ସୁନ୍ଦର ଭାବରେ ପ୍ୟାକ ପକାଇପାରିବେ ଏବଂ ଆପଣ ନିଜ ହାତ ଲୋଖା ଏକ ନୋଟ ଦେବାକୁ ଭୁଲିବେ ନାହିଁ।
ଚକୋଲେଟ୍ ହାମ୍ପର୍:– ଯଦି ଆପଣଙ୍କ ଭଉଣୀ ଚକୋଲେଟ୍ ପ୍ରିୟ, ତେବେ ଏହି ଉପହାର ତାଙ୍କୁ ନିଶ୍ଚୟ ଭଲ ଲାଗିବ। ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଚକୋଲେଟ୍କୁ ଏକ ଗିଫ୍ଟ ହାମ୍ପର ଭାବେ ସଜାଇ ତାଙ୍କୁ ପ୍ରଦାନ କରନ୍ତୁ।
ସ୍ମୃତିର ପୁସ୍ତକ:- ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ, ଆଉ ପ୍ରତି ମୁହୂର୍ତ୍ତର ଫଟୋ ବି ଉଠା ଯାଉଛି। ତେଣୁ ସେହି ମଧୁର ମୁହୂର୍ତ୍ତର ଫଟୋକୁ ସାଉଁଟି ଭଉଣୀ ପାଇଁ ଏକ ମେମୋରି ବୁକ୍ ତିଆରି କରି ଉପହାରସ୍ବରୂପ ଦେଇପାରିବେ। ସେଥିରେ କିଛି ବାର୍ତ୍ତା ବି ଦେଇପାରିବେ। ଏହି ଉପହାରକୁ ଦେଖି ସେ ନିଶ୍ଚିତ ଭାବେ ଭାବବିହୋଳ ହୋଇଯିବେ। ବଜାରରେ ବି ସୁନ୍ଦର ସୁନ୍ଦର ମେମୋରି ବୁକ୍ ମିଳୁଛି, ଯାହାକୁ ଆପଣ କିଣି ଦେଇ ପାରିବେ।
ସୁଗନ୍ଧିତ ପରଫ୍ୟୁମ୍:- ଭଲ କ୍ୱାଲିଟିର ସୁଗନ୍ଧିତ ପରଫ୍ୟୁମ୍ ଉପହାର ଆପଣଙ୍କ ସମ୍ପର୍କ ଆହୁରି ମହକାଇ ଦେବ। ତେଣୁ ଏହାକୁ ବି ଦେଇପାରିବେ।
ଫଟୋ କ୍ୟାଲେଣ୍ଡର– ବାଲ୍ୟକାଳର ଏବେ ପର୍ଯ୍ୟନ୍ତ ଥିବା ଭଉଣୀ ସହ ଫଟୋକୁ ବ୍ୟବହାର କରି ଆପଣ ଏହି ଉପହାର ପ୍ରସ୍ତୁତ କରିପାରିବେ।
ସଫ୍ଟ ଟୟ– ଯେଉଁମାନଙ୍କର ଆଜି ପର୍ଯ୍ୟନ୍ତ ସଫ୍ଟ ଟଏ ଧରି ଶୋଇବା ଅଭ୍ୟାସ ଥାଏ ତାଙ୍କୁ କ୍ୟୁଟ୍ ସଫ୍ଟ ଟୟ ଉପହାର ଦେଇପାରିବେ।



