ରୋଷେଇ ଘର ପାଇଁ କିଛି ନିୟମ
ଘରେ କୌଣସି ଜିନିଷ ରଖିବା ପୂର୍ବରୁ ବାସ୍ତୁଶାସ୍ତ୍ରର ନିୟମକୁ ଧ୍ୟାନରେ ରଖିବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଅନେକ ଅସୁବିଧା ଦୂର ହୋଇଥାଏ। ଯଦି ବାସ୍ତୁଶାସ୍ତ୍ରର ନିୟମ ଠିକ ରୂପେ ପାଳନ ନ କରାଯାଏ ତେବେ ଘରେ ଅନେକ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏହାସହ ଘରେ ଶାନ୍ତିର ପରିବେଶ ନଷ୍ଟ ହୋଇଥାଏ। ରୋଷେଇ ଘରର ଠିକ ସ୍ଥାନରେ ସଠିକ ଜିନିଷ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷ ଦୂର ହୋଇଥାଏ। ଆସନ୍ତୁ ଜାଣିବା ଘରର ରୋଷେଇ ଘର ସମ୍ବନ୍ଧରେ ..
ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ରୋଷେଇ ଘରେ ଜିନିଷ ସାଇତି ରଖିବା ପାଇଁ କିଛି ସ୍ଥାନ ରଖିବା ଉଚିତ। ଖାଦ୍ୟଦ୍ରବ୍ୟ ସାଇତି ରଖିବା ପାଇଁ ଏକ ଷ୍ଟାଣ୍ଡ ତିଆରି କରିବା ଉଚିତ। ଏପରି କରିବା ଦ୍ବାରା ଘରେ ଧନର ଅଭାବ ରହିନଥାଏ। ସେହି ଷ୍ଟାଣ୍ଡ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ତିଆରି କରିବା ଉଚିତ। ଏପରି କରିବା ଘର ପାଇଁ ଶୁଭ ଅଟେ।
ରୋଷେଇ ଘରେ ଗ୍ରାଇଣ୍ଡର, ଫ୍ରିଜ ପରି ବୈଦ୍ୟୁତିକ ଉପକରଣକୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ। ଏହି ଦିଗକୁ ଅଗ୍ନିଦେବଙ୍କ ଦିଗ ବୋଲି କୁହାଯାଇଛି।
ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘରର ପୂର୍ବ-ଦକ୍ଷିଣ ଦିଗରେ ଗ୍ୟାସ, ଷ୍ଟୋଭ ଇତ୍ୟାଦି ରଖିବା ଉଚିତ। ପ୍ରାୟ ଲୋକ ରୋଷେଇ ଘରେ ପରଦା ଲଗାଇ ଥାଆନ୍ତି। କିନ୍ତୁ ଏପରି କରିବା ଅନୁଚିତ। ରୋଷେଇ ଘରେ କେବଳ ଗୋଟିଏ ଝରକା କରିବା ଉଚିତ।