www.samajalive.in
Sunday, December 14, 2025
26.1 C
Bhubaneswar

ଆକ୍ରମଣକୁ ନିନ୍ଦା କରି ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ପୁଲୱାମାରେ ଭାରତୀୟ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ଆମେରିକାରେ ବସବାସ କରୁଥିବା ୨ଶହରୁ ଊର୍ଦ୍ଧ୍ବ ଭାରତୀୟ ବଂଶୋଦ୍‍ଭବ ହଷ୍ଟନ୍‍ଠାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଜୈସ୍‍-ଇ-ମହମ୍ମଦ ଓ ଏହାର ନେତା ମସୁଦ୍‍ ଆଜାର୍‍ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଲାଗି ସେମାନେ ଦାବି କରିଛନ୍ତି। ପାକିସ୍ତାନ, ସନ୍ତ୍ରାସବାଦୀଙ୍କୁ ଦେଶରେ ନିରାପଦ ଆଶ୍ରୟସ୍ଥଳ ଯୋଗାଣ ବନ୍ଦ କରିବା ଲାଗି ବିକ୍ଷୋଭକାରୀମାନେ ଦାବି କରିଛନ୍ତି। ଟେକସାସ, ଅଷ୍ଟିନ, ଦଲାସ ଏବଂ ନିକଟବର୍ତ୍ତୀ ଅଞ୍ଚଳରୁ ଶହ ଶହ ଭାରତୀୟ ଏକତ୍ରିତ ହୋଇ ଜାତୀୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories