www.samajalive.in
Saturday, December 13, 2025
26.1 C
Bhubaneswar

ମଝି ରାସ୍ତାରେ ବସ୍‌ ଅଟକାଇଲା ଦନ୍ତା, ଗାଁରେ ପଶି ଗାଈକୁ ମାରିଲା

ଜି ଉଦୟଗିରି: ମଝି ରାସ୍ତାରେ ବସକୁ ଅଟକାଇଲା ଦନ୍ତା। ଯାହାଫଳରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। କିଛି ସମୟ ପରେ ଦନ୍ତାଟି ରାସ୍ତା କାଟି ପଳାଇଥିଲା। ରବିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜି. ଉଦୟଗିରି ଅଞ୍ଚଳରେ। କେବଳ ଏତିକି ନୁହେଁ, ରାଇପଦା ଗାଁରେ ପଶି ଜଣେ ବ୍ୟକ୍ତିଙ୍କ ଗାଈକୁ ମାରିଦେଇଛି।

ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ତିନୋଟି ସେକ୍ସନ୍ ଯଥା କଳିଙ୍ଗା, ଉଦୟଗିରି, ପବୁରିଆରେ ଦୁଇଟି ଦନ୍ତା ଉପସ୍ଥିତି ଜାହିର କରିଆସୁଥିଲେ। ହେଲେ ୨/୩ ଦିନ ପୂର୍ବରୁ କଳିଙ୍ଗା ସେକ୍ସନର କୁର୍ମୀଙ୍ଗିଆ, ରେତୁଡ଼ି ଆଦି ଅଞ୍ଚଳକୁ ଉତ୍ତର ଘୁମୁସରର ଏକ ଦନ୍ତା ଶନିବାର ଭୋର ସମୟରେ ଫେରିଛି। ଏହି ହାତୀଟି ରକ୍ତମୁଖା ହୋଇପଡ଼ିଛି। ପୂର୍ବରୁ ଏହି ହାତୀ ଦୁଇ ଜଣ ମଣିଷ ଏବଂ ଗୋଟିଏ ଗାଈକୁ ମାରିଥିଲା। ରବିବାର ଭୋର୍ ସମୟରେ ଜି ଉଦୟଗିରି ସେକ୍ସନର ମଗରଗୁଡା, ବାକିକାମ୍ୱା, ଗ୍ରେସିଙ୍ଗିଆ, ଡ଼କ୍ରିଙ୍ଗିଆ ଆଦି ଅଞ୍ଚଳ ଦେଇ ହାତୀଟି ପୁକୁଲିଙ୍ଗିଆ ଜଙ୍ଗଲକୁ ଯାଇଥିଲା। ଦନ୍ତାଟି ରାସ୍ତା ଅତିକ୍ରମ କରିବା ସମୟରେ ରାଇକିଆରୁ ବ୍ରହ୍ମପୁର ଯାଉଥିବା ଏକ ବସକୁ ପଣସବାଙ୍କ ନିକଟରେ ଅଟକାଇଥିଲା। କିଛି ସମୟ ପର୍ଯ୍ୟନ୍ତ ହାତୀ ବସ ଆଗରେ ଛିଡ଼ା ହୋଇ ରହିଥିଲା। ବସକୁ ଆଦୌ ବାଟ ଛାଡ଼ି ନ ଥିଲା। ଫଳରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ହେ​ଲେ ପରେ ହାତୀଟି ଜଙ୍ଗଲ ଭିତରକୁ ଚାଲିଯିବାରୁ ଯାତ୍ରୀମାନେ ଆଶ୍ଵସ୍ତ ହୋଇଥିଲେ। ମାତ୍ର ସନ୍ଧ୍ୟାରେ ହାତୀଟି ରାଇପଦା ଅଞ୍ଚଳକୁ ଯାଇ ସେଠାରେ ଉପଦ୍ରବ କରିଥିବା ସୂଚନା ମିଳିଛି। ଗାଁର ଜଣେ ବ୍ୟକ୍ତିଙ୍କ ଗାଈକୁ ହାତୀ ଦଳି ମାରିଦେଇଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories